ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡିଆ ରେ ଆୟୋଜିତ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ର ଚତୁର୍ଥ ଦିବସରେ ମୁଖ୍ଯ ଅତିଥିଭାବରେ ଯୋଗଦେଇଥିଲେ ଶ୍ରୀମତୀ ଦେବକୀ ସାହୁ,ଜିଲ୍ଲାପରିଷଦ, ବଲାଙ୍ଗୀର, ସମ୍ମାନୀତ ଅତିଥି ଶ୍ରୀମତୀ ଲିକା ସାହୁ, ପୌରାଧ୍ୟକ୍ଷା ,ବଲାଙ୍ଗୀର, ବରେଣ୍ଯ ଅତିଥିଭାବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ସଦସ୍ଯା ବୀଣାପାଣୀ ଦାଶ,ସବିତା ସେଠ,ମମତା କୁମାର,କୁମରମଣି ସେଠ,ସୁମତୀ ସେଠ,ସଞ୍ଜୟ ବେହେରା,ବାଳିକା ମାଝୀ, ଯୋଗ ଦେଇଥିଲେ।
ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ବାବୁଲି ଚରଣ ସେଠୀ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ସଭା ପରିଚାଳନା କରିଥିଲେ ସହକାରୀ କୃଷି ଅଧିକାରୀ ସୁଧାକର ନନ୍ଦ।ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ସହକାରୀ କୃଷି ଅଧିକାରୀ ଜ୍ୟୋତ୍ସ୍ନାରାଣୀ ଛୁରା।
କୃଷକ କର୍ମଶାଳାରେ ବଲାଙ୍ଗୀର କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ଯ ବୈଜ୍ଞାନିକ ଡକ୍ଟର ସତ୍ୟମୟ ଶତପଥୀ,ଅତିରିକ୍ତ ଉଦ୍ୟାନ ଅଧିକାରୀ ପାଟଣାଗଡ ଗ୍ରାମସେବକ ତାଲିମ କେନ୍ଦ୍ର,ବଲାଙ୍ଗୀର ଅଧ୍ୟକ୍ଷ ଲାଲବିହାରୀ ମଲ୍ଲିକ, ଅତିରିକ୍ତ କୃଷି ଅଧିକାରୀ ଟିଟିଲାଗଡ ପ୍ରମୁଖ ଚାଷୀ ମାନଙ୍କୁ ବିଭିନ୍ନ କୃଷି ସମ୍ବନ୍ଧିତ ବିଷୟରେ ଶିକ୍ଷା ଦାନ କରିଥିଲେ।