ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ : ଏପ୍ରିଲ ୩୦ରୁ କରିପାରିବେ ଚାରିଧାମ ଯାତ୍ରା

0

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ । ଏପ୍ରିଲ ୩୦ରୁ ଆରମ୍ଭ ହେବାକୁ ଯାଉଛି ଚାରିଧାମ ଯାତ୍ରା । ଶ୍ରଦ୍ଧାଳୁଙ୍କ ସୁବିଧାକୁ ନଜରରେ ରଖି ଅନଲାଇନରେ ଆଧାର ସହାୟତାରେ ପଞ୍ଜୀକରଣ ହେଉଛି । ଶ୍ରଦ୍ଧାଳୁଙ୍କ ପାଇଁ ରେଜିଷ୍ଟେସନ ବାଧ୍ୟତାମୂଳକ କରିଛି ପ୍ରଶାସନ । ଏହା ଦ୍ୱାରା ଶ୍ରଦ୍ଧାଳୁ ନିଜ ପଞ୍ଜୀକୃତ ତିଥିରେ ଦର୍ଶନ ସୁବିଧା ପାଇପାରିବେ । ଧାମ ଗୁଡିକରେ ଟୋକନ ସହ ଦର୍ଶନ ବ୍ୟବସ୍ଥା କରାଯାଇଛି ।
ସେପଟେ ବଦ୍ରିନାଥ , କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଯାତ୍ରା ସମୟରେ ଶ୍ରଦ୍ଧାଳୁ ନିଜ ସହ ଛତା ଗରମ କପଡା ଏବଂ ରେନକୋଟ ନେବାକୁ କୁହାଯାଇଛି । ଏହା ସହ ଚାର୍ ଧାମ ମନ୍ଦିର ନିକଟରେ ଭିଡିଓ ଏବଂ ରିଲ ଶୁଟିଂ କରିବା ଉପରେ ଗତବର୍ଷ ଉତ୍ତରାଖଣ୍ଡ ପୋଲିସ ପ୍ରତିବନ୍ଧକ ଲଗାଇଥିଲେ । ବଦ୍ରିନାଥ , କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ନିକଟକୁ ଆସୁଥିବା ବହୁ ପରିଦର୍ଶକ ଫଟୋ ଉଠାଇବା ଏବଂ ଭିଡିଓ ରେକର୍ଡିଂ କରିବା କାରଣରୁ ଭିଡ ପରିଜାଳନା କରିବା ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି ହେବା ପରେ ଏହି ପଦକ୍ଷେପ ନିଆଯାଇଥିଲା ।