କଦଳୀ ନିୟମିତ ଖାଇବା କ୍ଷତିକାରକ!

0

କଦଳୀ ଏମିତି ଏକ ଫଳ ଯାହା ପ୍ରାୟ ଅଧିକାଂଶ ଲୋକଙ୍କୁ ପସନ୍ଦ । ସାରା ଦୁନିଆରେ ସର୍ବାଧିକ ଖିଆଯାଉଥିବା ଫଳ ହେଲା କଦଳୀ । କଦଳୀର ଅନେକ ସ୍ୱାସ୍ଥ୍ୟଗତ ଫାଇଦା ମଧ୍ୟ ରହିଛି । ଏହା ରକ୍ତଚାପ ନିୟନ୍ତ୍ରଣ କରିଥାଏ । ତାଛଡା ଶ୍ୱାସ ରୋଗ ଓ କ୍ୟାନସର ରୋଗୀଙ୍କ ପାଇଁ ମଧ୍ୟ ପ୍ରଭାବଶାଳୀ ।

କଦଳୀର ଅନେକ ଲାଭ ରହିଛି । ତେବେ କୌଣସି ବି ଜିନିଷ ଅଧିକ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସେହିଭଳି ଅଧିକ ମାତ୍ରାରେ କଦଳୀ ସେବନ ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ । ଅଧିକ କଦଳୀ ସେବନ କରିବା ଦ୍ୱାରା ଓଜନ ବଢିଥାଏ । ଓଜନ ବଢିବା ଚିନ୍ତାଜନକ ବିଷୟ ।

ମୁଖ୍ୟତଃ ସନ୍ଧ୍ୟା ସମୟରେ କଦଳୀ ସେବନ କରିବା କିମ୍ବା ଅଧିକ ମାତ୍ରାରେ କଦଳୀ ସେବନ କଲେ ଶରୀରରେ ଏକ୍ସଟ୍ରା ଫ୍ୟାଟ ସୃଷ୍ଟି କରିଥାଏ ଯାହା ଶରୀର ପାଇଁ ହାନିକାରକ ପ୍ରମାଣିତ ହୋଇପାରେ । ଯଦି ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ତାହେଲେ କଦଳୀ ସର୍ବୋତ୍ତମ । କଦଳୀରେ ପ୍ରାକୃତିକ ଶର୍କରା ବା ନାଚୁରାଲ ସୁଗାର ରହିଛି । ସେଥିପାଇଁ ଅଧିକ କଦଳୀ ସେବନ କ୍ଷତିକାରକ ହୋଇପାରେ । ମଧୁମେହ ରୋଗୀଙ୍କ ପାଇଁ ଏହା ଘାତକ ପ୍ରମାଣିତ ହୋଇପାରେ । ଶ୍ୱାସ ରୋଗୀ କଦଳୀ ସେବନ କରିବା ଅନୁଚିତ ।

ଯଦି ଆପଣ ଜିମରେ ବ୍ୟାୟମ କରୁଛନ୍ତି କିମ୍ବା ଦୌଡୁଛନ୍ତି ତେବେ ଦିନକୁ ୩- ୪ କଦଳୀ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟକର । କିନ୍ତୁ ଯଦି ଆପଣ କିଛି ୱାର୍କଆଉଟ କିମ୍ବା ବ୍ୟାୟାମ କରୁନାହାନ୍ତି ତାହେଲେ ଦିନକୁ ଗୋଟିଏ କିମ୍ବା ଦୁଇଟି କଦଳୀ ସେବନ କରିପାରିବେ ।