ବ୍ୟୁରୋ : ଜଣେ ବ୍ୟକ୍ତି ସୁସ୍ଥ ରହିବାକୁ କଣ କଣ ନ କରେ । ସମସ୍ତ ପ୍ରକାରର ଉପାୟ ଆପଣାଏ । ବିଶେଷ କରି ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି ପରିସ୍ଥିତିରେ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସ ଯାହା ଦରକାର, ତାହା ଶରୀରରେ କଦାପି ଅଭାବ ହେବା ଉଚିତ୍ ନୁହେଁ । ଶରୀରକୁ ଉପକାର କରୁଥିବା ଏହି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ପାଇନାପଲ ତଥା ସପୁରୀ ଜୁସ୍ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ସବୁଠାରୁ ଫାଇଦା । ସପୁରୀ ଜୁସ୍ ହେଉଛି ବ୍ରୋମେଲାଇନ୍ ର ଏକମାତ୍ର ଖାଦ୍ୟ ଉତ୍ସ । ଶୀତଦିନେ ଘଟୁଥିବା ଅନେକ ରୋଗର ଚିକିତ୍ସା ପାଇଁ ଏହି ଏନଜାଇମ୍ ବ୍ୟବହୃତ ହୁଏ ।
ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ସପୁରୀ ଜୁସ୍ ପିଇବା ଦ୍ୱାରା କଣ ଫାଇଦା ମିଳେ । କେଉଁ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ? ସପୁରୀ ଜୁସରେ ଆଇରନ, ଭିଟାମିନ୍ ସି, ମାଙ୍ଗାନିଜ୍, କପର, ଫୋଲେଟ୍, ପୋଟାସିୟମ୍, ଭିଟାମିନ୍ କେ, ଭିଟାମିନ୍ ବି-୬, ଭିଟାମିନ୍ ବି -୧ (ଥିଏମାଇନ୍), କ୍ୟାଲସିୟମ୍, ଫସଫରସ୍, କୋଲାଇନ୍, ମ୍ୟାଗ୍ନେସିୟମ୍ ରହିଥାଏ ।
ବ୍ରଣ ମୁକ୍ତ ହୁଏ: ଅନେକ ଲୋକ ଜାଣିପାରିବେ ନାହିଁ ଯେ ସପୁରୀ ରସ ପିଇବା ଦ୍ୱାରା ବ୍ରଣ ପରି ସମସ୍ୟାରୁ ମୁକ୍ତି ଦିଏ ଉଜ୍ୱଳ ତ୍ୱଚା ଫେରାଏ । ବୟସ ବଢିବା ସହିତ ଚର୍ମର ସତେଜ ରୁହେ ଏବଂ କୁଞ୍ଚନ ଦେଖାଯାଏ ନାହିଁ । ଯଦି ଆପଣ ନିୟମିତ ଭାବେ ସପୁରୀ ଜୁସ୍ ପିଅନ୍ତି । ତେବେ ଆପଣଙ୍କ ତ୍ୱଚାକୁ ସୁସ୍ଥ କୋମଳ ରଖିବ ।
ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିବ: ଅନେକ ଥର କୌଣସି ଫାଷ୍ଟଫୁଡ୍ ଖାଇବା ଦ୍ୱାରା ପେଟ ଭାରୀ ହୋଇଯାଏ । ଏହା ପେଟକୁ ଯନ୍ତ୍ରଣା ଦିଏ । ଏହି ସମୟରେ ସପୁରୀ ଜୁସ କରି ପିଇବା ଦ୍ୱାରା ଆପଣଙ୍କୁ ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏଥିରେ ହଜମ ପାଇଁ ଫାଇବର ଏବଂ ଭିଟାମିନ୍ ସି ର ଏକ ସମୃଦ୍ଧ ଉତ୍ସ ଥାଏ । ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ପ୍ରତିଦିନ ପିଅନ୍ତି ତାହାଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଯିବ ।
ପ୍ରତିରୋଧକ ଶକ୍ତି: ଯେଉଁମାନେ ପ୍ରତିଦିନ ସପୁରୀ ଜୁସ୍ ପିଉଛନ୍ତି ସେମାନଙ୍କଠାରୁ ରୋଗ ମଧ୍ୟ ଦୂରରେ ରହିଥାଏ । ସେମାନଙ୍କର ପ୍ରତିରୋଧକୁ ଶକ୍ତି ବୃଦ୍ଧି ହୁଏ । ଏହା ଅନେକ ରୋଗକୁ ମଧ୍ୟ ଲଢିଥାଏ ।