ବ୍ୟୁରୋ : ଦିଲ୍ଲୀକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନାମ ଘୋଷଣା । ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର । ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଲା ମୁଖ୍ୟମନ୍ତ୍ରୀ ମୋହର ।
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା । ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ରାଜ । ବିଜେପି ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ବାଜିଛି । ଆଜି ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ହେବ।
ଦିନ ୧୧.୩୦ରୁ ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ଧରି ଚାଲିବ କାର୍ୟ୍ୟକ୍ରମ । ବିଜେପି ପକ୍ଷରୁ ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇଛି । ନଜର ପକାଇବ କ’ଣ ରହିଛି କାର୍ୟ୍ୟସୂଚୀ
ଶପଥ ପାଠର ସମ୍ପୂର୍ଣ୍ଣ ବିବରଣୀ
-ଦିନ ୧୧.୩୦ଟାରୁ କାଯ୍ୟକ୍ରମ ଆରମ୍ଭ ହେବ
-୧୨.୧୫ଟା ସୁଦ୍ଧା ଉପରାଜ୍ୟପାଳ, ସଚିବ ପହଁଚିବେ
-୧୨.୨୦ରେ ଗୃହମନ୍ତ୍ରୀ ଓ ଅନ୍ୟାନ୍ୟ ଶୀର୍ଷ ନେତୃବୃନ୍ଦ ପହଁଚିବେ
-୧୨.୨୫ରେ ରାମଲୀଳା ମୈଦାନରେ ପହଁଚିବେ ପ୍ରଧାନମନ୍ତ୍ରୀ
-୧୨.୩୦ରୁ ଉପରାଜ୍ୟପାଳଙ୍କ ଭାଷଣ ରହିବ
-୧୨.୩୫ରେ ମୁଖ୍ୟମନ୍ତ୍ରୀଙ୍କୁ ଗୋପନୀୟତାରେ ଶପଥ ପାଠ କରାଇବେ ଉପରାଜ୍ୟପାଳ
-୧୨.୪୫ରେ କାର୍ୟ୍ୟକ୍ରମ ଶେଷ ହେବ
-ପ୍ରାୟ ଏକ ଘଣ୍ଟା ଧରି ଚାଲିବ ଶପଥ ପାଠ
ଦିଲ୍ଲୀ ରାଜନୀତିରେ ରେଖାଙ୍କର ବେଶ ଦବଦବା ରହିଛି । ଦିଲ୍ଲୀ ବିଜେପିର ମହାସଚିବ ଓ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ରେଖା ଗୁପ୍ତା ଦକ୍ଷିଣ ଦିଲ୍ଲୀ ନଗର ନିଗମ ମେୟର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଆସନ୍ତାକାଲି ରାମଲୀଲା ମଇଦାନରେ ଦିଲ୍ଲୀ ସରକାର ଶପଥ ନେବେ ।
ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆନୁଷ୍ଠାନିକ ଘୋଷଣା ବାକି ଅଛି । ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି । ଦିଲ୍ଲୀର ୭୦ ବିଧାନସଭା ଆସନ ମଧ୍ୟରୁ ୪୮ଟି ଆସନରେ ଜିତି ଆମ ଆଦମୀ ପାର୍ଟି ହାତରୁ କ୍ଷମତା ଛଡାଇ ନେଇଛି ବିଜେପି ।