(ଶୁଭସ୍ମିତା ଦାଶ/ ଭୁବନେଶ୍ୱର): ଯଦି ପୁଅମାନେ ନିଜ କାମରେ ବ୍ୟସ୍ତ ରହି ଫୋନ୍ ନଉଠାନ୍ତି, ଦେଖା କରିବାକୁ ଦିନ ଗଡାନ୍ତି ତେବେ ଝିଅମାନେ ଭାବନ୍ତି ଯେ ସାଥୀ ଆଉ ଆଗ ପରି ତାଙ୍କୁ ପ୍ରାଧାନ୍ୟ ଦେଉ ନାହାଁନ୍ତି । ଫଳରେ ସଂପର୍କରେ ଭଟ୍ଟା ପଡିଥାଏ ।
– ଅତ୍ୟଧିକ ପିଲାଳିଆମୀ ସଂପର୍କକୁ ଭାଙ୍ଗିପାରେ । ଅଧିକାଂଶ ମହିଳାଙ୍କ ମତରେ ଏପରି ପ୍ରକୃତିର ଲୋକମାନେ କୌଣସି କଥାକୁ ଗୁରୁତ୍ୱର ସହ ନେଇ ନଥାନ୍ତି । ଅଳ୍ପ ପିଲାଳିଆମୀ ସମସ୍ତଙ୍କ ପାଖରେ ଥାଏ । କିନ୍ତୁ ସବୁ କଥାକୁ ହାଲକା ଭାବରେ ଗ୍ରହଣ କରୁଥିବା ସାଥୀ ଠାରୁ ଶୀଘ୍ର ଅଲଗା ହୋଇଯାଆନ୍ତି ମହିଳାମାନେ ।
– ସେହିପରି ଦୂରରେ ଥିବା ସଂପର୍କ ବେଶିଦିନ ତିଷ୍ଠି ପାରି ନଥାଏ । ଯଦିଓ ସୋସିଆଲ୍ ମିଡିଆ ଜରିଆରେ ପରସ୍ପର ସହ କଥା ହୋଇଥାନ୍ତି କିନ୍ତୁ ଦେଖାକରି କଥା ହେବା , ପରସ୍ପର ସହ କିଛି ସମୟ ଏକାଠି ବିତାଇବାକୁ ବେଶି ପସନ୍ଦ କରନ୍ତି ଝିଅମାନେ । ଅଧିକ ଦିନ ଦୂରରେ ରହିଲେ ଝିଅମାନେ ଧର୍ୟ୍ୟହରା ହୋଇ ସଂପର୍କ ଭାଙ୍ଗିଥାନ୍ତି ।
– ସେହିପରି ଯେଉଁ ଝିଅମାନଙ୍କ ବାପା ମା’ ପୁଅକୁ ପସନ୍ଦ କରନ୍ତିନି ସେ କ୍ଷେତ୍ରରେ ମଧ୍ୟ ସଂପର୍କ ଭାଙ୍ଗିଥାଏ । କାରଣ ନିଜ ବାପାମା’ଙ୍କ ଇଚ୍ଛାକୁ ସମ୍ମାନ ଦେବା ସହ ସେମାନଙ୍କ କଥା ନମାନି ନୂଆ ସଂସାର କରିବାକୁ ଚାହାଁନ୍ତିନି ଅନେକ ଝିଅ ।
– ହାଣ୍ଡସମ୍ ପୁଅମାନଙ୍କୁ ବେଶୀ ପସନ୍ଦ କରିଥାନ୍ତି ଝିଅମାନେ । ଯଦି ପୁରୁଷବନ୍ଧୁଙ୍କ ସାଙ୍ଗମାନେ ତାଙ୍କଠାରୁ ଅଧିକ ହାଣ୍ଡସମ୍ ହୋଇଥାନ୍ତି ତେବେ ଝିଅମାନେ ବ୍ରେକଅପ୍ ପାଇଁ ପାଦ ଆଗକୁ ବଢାଇଥାନ୍ତି ।