ପ୍ରଥମେ ଅନୁଧ୍ୟାନ , ତା ପରେ ପ୍ରେମ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସମ୍ପ୍ରତି ପ୍ରେମରେ ଝିଅମାନେ ଧୋକା ଖାଇବା ଓ ପରେ ଆତ୍ମହତ୍ୟା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଯଦି ଜଣେ ପ୍ରେମ କରିବା ସମୟରେ ସାବଧାନ ହୁଅନ୍ତି ତେବେ ଏପରି ଅଘଟଣ ଘଟିବାର ସମ୍ଭାବନା କମ ଥାଏ । ପ୍ରେମିକ ପ୍ରେମିକା ପ୍ରତି ସମର୍ପିତ କି ନାହିଁ ତାହା ଅନୁଧ୍ୟାନ କରିବା ଆବଶ୍ୟକ । ଜଣେ ସମର୍ପିତ ଓ ବିଶ୍ୱସ୍ଥ ସାଥୀ ନ ମିଳିଲେ ସମ୍ପର୍କ ଅଧିକ ଦିନ ଯାଏ ଚାଲିବ ନାହିଁ । ତେଣୁ ଡେଟିଂରେ ଯିବା ବେଳେ କେତେକ ଦିଗ ପ୍ରତି ସାବଧାନ ରହିଲେ ଓ ଅନୁଧ୍ୟାନ କଲେ କୌଣସି ପ୍ରେମିକା ପ୍ରେମରେ ଧୋକା ଖାଇବେ ନାହିଁ ।
ଯଦି କେହି ପ୍ରେମ ଆବେଦ କରୁଛି ତେବେ ଉକ୍ତ ବ୍ୟକ୍ତି ବିଷୟରେ ଯାଞ୍ଚ କରିବା ଆବଶ୍ୟକ । ଯେତେବେଳେ ଯାଞ୍ଚରେ ସନ୍ତୁଷ୍ଟ ହେବେ ସେତେବେଳେ ଯାଇ ପ୍ରେମ ଆବେଦନକୁ ଗ୍ରହଣ କରିବା ଆବଶ୍ୟକ । ନହେଲେ ପଛକୁ କାନ୍ଦିବାକୁ ପଡିବ ।
ଯେତେବେଳେ ମନରେ ଆଶଙ୍କା ହେବ କି କୌଣସି ଭୁଲ ଲୋକ ସହ ଡେଟରେ ଅଛନ୍ତି, ସଙ୍ଗେ ସଙ୍ଗେ ପାଦକୁ ପଛକୁ ଘୁଞ୍ଚାଇ ନିଅନ୍ତୁ । ଯେକୌଣସି ସମ୍ପର୍କ ପାଇଁ ଶାରୀରିକ, ମାନସିକ ଓ ଆର୍ଥିକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହା ପରେ ହିଁ ସମ୍ପର୍କକୁ ଆଗକୁ ବଢାଇବା ଦରକାର ।
କିନ୍ତୁ ପରସ୍ପର ପ୍ରତି ବିଶ୍ୱାସ ଓ ସମ୍ମାନ ରହିବା ଦରକାର । ଫଳରେ ଛୋଟମୋଟ ମତାନ୍ତର ଦୂର ହୋଇଯିବ । ସାଥୀ କେବଳ ବିଶ୍ୱସ୍ଥ ହେବା ଆବଶ୍ୟକ । ତେଣୁ କାହାରି ସହ ଡେଟରେ ଯିବା ଉଚିତ ନୁହେଁ । ଡେଟରେ ଯିବା ପୂର୍ବରୁ ସହେ ଥର ଭାବିବା ଆବଶ୍ୟକ ।