(ରିପୋର୍ଟସ ଟୁଡ଼େ): ବିର୍ତମାନ ସମୟରେ ନେଟରେ ଅଶ୍ଲୀୟ ଭିଡ଼ିଓ ଦେଖି ଯୁବପିଢି ଏବେ ପଥଭ୍ରଷ୍ଟ ହେଉଛନ୍ତି । ଯାହା ଫଳରେ ସମାଜରେ ଅରାଜି କତା ଦେଖାଦେଉଛି । ଆଗକୁ ଯେପରି ପରିସ୍ଥିତି ଅଣଆୟତ ନ ହୁଏ ସେ ନେଇ ଚିନ୍ତା କରିବାର ସମୟ ଆସିଛି । ତେଣୁ କରି ଏ ଦିଗରେ ସମସ୍ତେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି । ସେହି ପରି ଏ ଦିଗରେ ରିଲାଏନ୍ସ ଜିଓ ସରକାରଙ୍କ ସହ ପାଦ ମିଳାଇ ଏକ ବଡ ନିଷ୍ପତି ନେଇଛି । ଜିଓ ନିଜ ନେଟୱାର୍କରେ ୮୨୭ଟି ଅଶ୍ଲୀଳ ସାଇଟ ବନ୍ଦ କରିଛି । କମ୍ପାନୀର ଗ୍ରାହକମାନେ ବର୍ତମାନ ଏହି ଧରଣର ଭିଡିଓ ଦେଖିପାରିବେ ନାହିଁ । ଗତ କିଛିଦିନ ତଳେ ଟେଲିକମ୍ ବିଭାଗ ଉତରାଖଣ୍ଡ ହାଇକୋର୍ଟର ଏକ ଆଦେଶ ପରେ ସମସ୍ତ ଇଂଟରନେଟ୍ ସର୍ଭିସ ପ୍ରୋଭାଇଡରଙ୍କୁ ନିଜ ନେଟୱାର୍କରେ ଅଶ୍ଲୀଳ ୱେବସାଇଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ।
କୋର୍ଟ ଆହୁରି କହିଥିଲେ ଯେ ନିର୍ଦ୍ଦେଶକୁ କଡାକଡି ପାଳନ ନ କଲେ ଟେଲିକମ କମ୍ପାନୀଙ୍କ ଲାଇସେନ୍ସ ରବ୍ଦ କରାଯିବ । ଜିଓ ଏହି ନିଷ୍ପତି କୋର୍ଟଙ୍କ ଆଦେଶ ପରେ ନେଇଛି । କିନ୍ତୁ କମ୍ପାନୀ ତରଫରୁ କୌଣସୀ ଅଧିକାରୀ ଏହି ପ୍ରସଙ୍ଗରେ କିଛି ମନ୍ତବ୍ୟ ଦେଇ ନାହାନ୍ତି ।
ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଅଶ୍ଲୀଳ ସାଇଟକୁ ଜିଓ ନେଟୱାର୍କରେ ଆକସେସ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏହା ଖୋଲି ନଥିଲା । ଫେଜ ନଟ ଫାଉଣ୍ଡ ବୋଲି ସର୍ଭରରେ ସୋ କରିଥିଲା । ସୂଚନାଯୋଗ୍ୟ କି, ୨୦୧୫ରେ ଏପରି ଏକ ଆଦେଶ ଜାରି କରାଯାଇଥିଲା । ଯାହାକୁ ନେଇ ସୂଚନା ଏବଂ ପ୍ରସାରଣ ବିଭାଗ ୮୫୭ଟି ସାଇଟକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।