ଲଗାଣ ବର୍ଷାରୁ ମିଳିବ ସାମାନ୍ୟ ଆଶ୍ୱସ୍ତି

0

ଭୁବନେଶ୍ୱର: ଲଗାଣ ବର୍ଷାରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ରାଜ୍ୟରେ ମୌସୁମୀ ବାୟୁ ପ୍ରବାହରେ ଗତ ୫ଦିନ ହେଲା ଜାରି ରହିଥିଲା ବର୍ଷା । ଆଜିଠାରୁ ରାଜ୍ୟରେ ବଦଳିପାରେ ପାଗ । ବର୍ଷା ପରିବର୍ତ୍ତେ ସ୍ଥାନରେ ପାଗ ମେଘୁଆ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୬ ଦିନ ଅର୍ଥାତ ୩ ଜୁଲାଇ ଯାଏ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟରେ ଲଘୁଚାପ ପ୍ରଭାବରେ ଆଜି ଯାଏ ଭଲ ବର୍ଷା ହୋଇଥିବା ବେଳେ ଏବେ ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୌସୁମୀ ବାୟୁ ମଧ୍ୟ ଦୁର୍ବଳ ହୋଇଯିବ। ଫଳରେ ରାଜ୍ୟରେ ପାଗ ଖରାଟିଆ ରହିବା ସହ ଦିନ ତାପମାତ୍ରା ବଢ଼ିବ ବୋଲି ଜଣାପଡ଼ିଛି।