ଲଗାଣ ବର୍ଷାରେ ଧୋଇଗଲା ରେମାଳ ପୋଲ; ୧୦ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

0

ପରେଶ କୁମାର ସେଠୀ/ହରିଚନ୍ଦନପୁର: ଧୋଇଗଲା ପୋଲ ,୧୦ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହରିଚନ୍ଦନପୁର-ଦୈତାରି ରାସ୍ତା ବଡଶିଆଳିମାଳ ନିକଟ ନିର୍ମାଣଧୀନ ରେମାଳ ପୋଲର କଲଭଟ ରାସ୍ତା ଭାଙ୍ଗିଯିବାରୁ ବ୍ଳକର ୧୦ଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। । ଗତ ରାତିରୁ ଲଗାଣ ବର୍ଷା ଲାଗି ରହିବାରୁ କଲଭଟ ରାସ୍ତାଟି ଭାଙ୍ଗିଯାଇଛି ଫଳରେ ସୁନାପେଣ୍ଠ,ରେବଣାପଳାଶପାଳ, ବରେଇଗୋଡା ,ବଡଶିଆଳିମାଳ, ନିପାଣିଆ,ମାଟିହୁଡ଼ି,କୁସୁମଡିହା,କୁନ୍ତଳା ,ହୁଡିପଦା,ପଙ୍ଗାପସି,ମହୁଲଗୁଡା ସମେତ ଅନେକ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି।