(ସୌମ୍ୟ ରଂଜନ ସେଠୀ) : ପିଲାଦିନେ ପ୍ରାୟ ସମସ୍ତଙ୍କର ଖଣ୍ଡିଆ ହୋଇଥାଏ। ସେଥି ମଧ୍ୟରୁ କିଛି ଖଣ୍ଡିଆର ଦାଗ ଲିଭି ଯାଇଥାଏ ତ କେତେକ ଦାଗ ଲିଭି ନଥାଏ। କିଛି ଖଣ୍ଡିଆ ଦେହର ଏପରି ସ୍ଥାନରେ ରହିଥାଏ ଯାହା ସମସ୍ତଙ୍କ ନଜରରେ ଆସିଥାଏ। କିଛି ଘରୋଇ ଉପାୟ ରହିଛି ଯାହା ଦ୍ୱାରା ଆମେ ଖଣ୍ଡିଆ ଦାଗ ଠାରୁ ମୁକ୍ତି ପାଇ ପାରିବା।
ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ..
ଆମେ ଘରେ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରିଥାଉ ତା ମଧ୍ୟରୁ ଲେମ୍ବୁ, ଚନ୍ଦନ, ମହୁକୁ ମଧ୍ୟ ଆମେ ବ୍ୟବହାର କରୁଛେ । କିନ୍ତୁ ଆପଣ ଜାଣିନଥିବେ ଏହି ତିନୋଟି ଜିନିଷ , ଆମର ବହୁ ଉପକାର ରେ ଆସିଥାଏ , ପିଲା ବେଳର ଖଣ୍ଡିଆ ଦାଗ କୁ ଦୂର କରିବାରେ ବହୁତ ସାହାଯ୍ୟ କରିଥାଏ । ତାହାଲେ ଆସନ୍ତୁ ଜାଣିବା ତାହାର ପ୍ରସ୍ତୁତି କିପରି କରିବେ ।
ଯଦି ଆପଣଙ୍କ ମୁହଁରେ କୌଣସି ଖଣ୍ଡିଆର ଚିହ୍ନ ରହିଥାଏ ତେବେ ଚନ୍ଦନ ବ୍ୟବହାର କରିପାରିବା। ଏଥିପାଇଁ ଗୋଟିଏ ଚାମଚ ଚନ୍ଦନ ପାଉଡର, ଅଳ୍ପ ଗୋଲାପ ଜଳ ଓ ଦୁଇ ଚାମଚ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ସେହି ମିଶ୍ରଣକୁ ଖଣ୍ଡିଆ ଉପରେ ଲଗାନ୍ତୁ। ତାକୁ ୧ଘଣ୍ଟା ପର୍ୟ୍ୟନ୍ତ ଛାଡି ଦିଅନ୍ତୁ। ତାପରେ ନିର୍ଦ୍ଦାରିତ ସମୟ ପରେ ସଫା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କିଛି ଦିନ ପରେ ଖଣ୍ଡିଆ ଦାଗ ଆସ୍ତେ ଆସ୍ତେ ଦୂର ହୋଇଯିବ।
ଖଣ୍ଡିଆ ଦାଗରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ସର୍ବୋତ୍ତମ ଅଟେ। ଏଥିରେ ଥିବା ଏସିଟିକ ଅମ୍ଳ ଖଣ୍ଡିଆ ଦାଗକୁ ଛଡାଇବାରେ ସାହାଯ୍ୟ କରିଥାଏ। ଲେମ୍ବୁର ରସ ଚିପୁଡି ଗୋଟିଏ ପାତ୍ରରେ ରଖନ୍ତୁ। ତାପରେ ତୁଳା ସାହାଯ୍ୟରେ ରସକୁ ଖଣ୍ଡିଆ ଦାଗ ଉପରେ ଧିରେ ଧିରେ ଘଷିଲା ପରି ଲଗାନ୍ତୁ। ଏକ ସପ୍ତାହ ପର୍ୟ୍ୟନ୍ତ ଏପରି ସବୁଦିନ କରନ୍ତୁ।
ଗୋଟିଏ ବୁନ୍ଦା ମହୁକୁ ପ୍ରତ୍ୟେକ ଦିନ ଖଣ୍ଡିଆ ଦାଗରେ ଲଗାନ୍ତୁ। କିଛି ଦିନ ପରେ ଖଣ୍ଡିଆର ଦାଗ ଆସ୍ତେ ଆସ୍ତେ ଦୂର ହୋଇଯିବ।