ଆମେରିକା: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆତ୍ମସମର୍ପଣ। ନିର୍ବାଚନରେ ହେରଫେର ମାମଲାରେ ଡୋନାଲ୍ଡ ଟ୍ରମ୍ପ ଆତ୍ମସମର୍ପଣ କରିଥିଲେ । ହେଲେ ଅଳ୍ପ ସମୟ ବ୍ୟବଧାନରେ ମିକୁଳି ଆସିଥିଲେ ଟ୍ରମ୍ପ । କେବଳ ୨୦ ମିନିଟ୍ ପରେ ଟ୍ରମ୍ପଙ୍କୁ ଜାମିନ ମିଳିଥିଲା । ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍ରେ ଆତ୍ମସମର୍ପଣ କରିବାକୁ ଟ୍ରମ୍ପ ପହଞ୍ଚିବା ବେଳକୁ ତାଙ୍କୁ ଦେଖିବାକୁ ଜେଲ୍ ବାହାରେ ଅସମ୍ଭବ ଭିଡ଼ ହୋଇଥିଲା। । ଏଥିନିମନ୍ତେ ଜେଲ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରେ ଟ୍ରମ୍ପଙ୍କୁ ଗିରଫ କରିଥିଲା ପୁଲିସ ।
ଜର୍ଜିଆ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ନେଇ ଯୋଜନା କରିଥିବା ଅଭିଯୋଗରେ ଟ୍ରମ୍ପଙ୍କ ସହ ୧୮ଜଣଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଗତ ସପ୍ତାହରେ ଏହି ଅଭିଯୋଗ ଆସିବା ପରେ ସେ ନିଜେ ସରେଣ୍ଡର କରିବେ ବୋଲି ଟ୍ରମ୍ପ ସୂଚନା ଦେଇଥିଲେ ।