ଝରାବେରିଣୀରେ ରେଙ୍ଗାଳି ମଣ୍ଡଳ ବିଜେପିର କାର୍ଯ୍ୟକାରୀଣୀ ବୈଠକ

0

(ଅନୁଗୁଳ / ଜ୍ୟୋତିରଞନ ଧର) ; ଅନୁଗୁଳ ଜିଲ୍ଲା ପାଲଲହଡା ବିଧାନସଭା କ୍ଷେତ୍ର ତଥା କଣିହାଁ ବ୍ଲକ ରେଙ୍ଗାଳି ମଣ୍ଡଳ ବିଜେପି ପକ୍ଷରୁ ହନୁମାନପୁର ପଞ୍ଚାୟତ ଝରାବେରିଣୀ କଲ୍ୟାଣ ମଣ୍ଡପ ପରିସରରେ ମଣ୍ଡଳ ବିଜେପିର କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ତ୍ରିପୁରାରୀ ପ୍ରଧାନଙ୍କ ସଭାପତିତ୍ୱ କ୍ରମେ ବିଜେପି ରାଜ୍ୟକାର୍ଯ୍ୟକାରୀଣି ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଅଶୋକ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର କିଭଳି ଦୁର୍ନିତି, ଭଷ୍ଟାଚାର, କେଳେଙ୍କାରୀ, ହତ୍ୟାକାଣ୍ଡ ଭଳି ଜଘନ୍ୟ ପାପର ସାମ୍ରାଜ୍ୟ ଖୁବ୍ ଶିଘ୍ର ଅନ୍ତ ହେବ ବୋଲି କର୍ମୀଙ୍କୁ କହିଥିଲେ । ରେଙ୍ଗାଳି ତଳ ବ୍ରିଜ୍ ୨୦୦୮ରୁ ମୁଖ୍ୟମନ୍ତ୍ରୀ ଶୁଭଦେଲେ, ସିଲିଂ-ତାଳପଦା ବ୍ରିଜ୍ ହେବ ବୋଲି ୭ବର୍ଷ ବିତିଲାଣି, ୨୦୦୦ମସିହାରେ ଦଲକ-ଝରଣ ଶୁଭଦେଇଥିଲେ, ତାହାମଧ୍ୟ ଭୁଲିଗଲେ । ଲୋକଙ୍କ ଭାବାନା ସହିତ ଖେଳ ଖେଳି ନିର୍ବାଚନ ବୈତରଣୀ ପାର୍ ହେବା ବିଜେଡିର ହିଁ ଏକମାତ୍ର ଉଦେଶ୍ୟ ଥିଲା । ରାଜ୍ୟ ସରକାରଙ୍କର ସବୁ ଯୋଜନା ଶୀତଳ ଭାଣ୍ଡାର ସଦୃଶ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଅର୍ଥକୁ ହରିଲୁଟ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିଜ ହାତ ବାରିସୀ କରିଛି ବିଜେଡି ଦଳ । ବିକାଶ ମୁଳକ କାମରେ ବିଜେଡି ସ୍ଥାଣୁ, ଅପାରଗ ସରକାର ଫୁଲ୍ ବାଧକ ସାଜିଛି ବୋଲି ଶ୍ରୀ ମହାନ୍ତି ସଂଗୀନ ଅଭିଯୋଗ କରିଛନ୍ତି । ମୋଦୀିଙ୍କ ଲୋକଭିମୁଖୀ ଯୋଜନା କିଭଳି ଲୋକଙ୍କ ପାଖରେ ପହଁଞ୍ଚିବ ସେଥି ପାଇଁ କର୍ମୀ ଏକୁଜୁଟ୍ ହୋଇ କାମକରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ମହାନ୍ତି । ଖାଲି ସେତିକି ନୁହେଁ ଗରିବ/ଅସହାୟ ଓ ନିମ୍ନ ପରିବାର ର ବିକାଶ ହିଁ ମୋଦୀଜୀଙ୍କ ଏକମାତ୍ର ଲକ୍ଷ ଓ ଉଦେଶ୍ୟ, ସେମାନଙ୍କ ସୁଖଦୁଖରେ ସାମିଲ୍ କାର୍ଯ୍ୟ କରିବାକୁ କର୍ମୀଙ୍କୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ବିଜେପି ଜିଲ୍ଲା କମିଟି ସଦସ୍ୟ ସୁମନ୍ତ ପ୍ରଧାନ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । । ପାନୀୟ ଜଳ, ଚୋରି/ରାହାଜାନୀ, ଲୁଟ୍ପାଟ୍ ଭଳି ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ପାଉଁଶ ଗାଡି ଯୋଗୁ ପ୍ରଦୁର୍ଷଣ ସମସ୍ୟା, ମଣ୍ଡିରୁ ଧାନ ନଉଠିବା, ସଂଗ୍ରାମୀ ପବିତ୍ର ବାବୁଙ୍କ ଗାଁକୁ ରାସ୍ତା କରିବା, ରେଙ୍ଗାଳି ହାଇସ୍କୁଲ୍ ଓ କଲେଜ୍ରେ ଶିକ୍ଷକ ମରୁଡି, ମନରେଗା କାମରେ ବ୍ୟାପକ ଦୁର୍ନିତି ଆଦି ଚିଠା ପ୍ରସ୍ତାବରେ ଉଲ୍ଲେଖ କରିଛି ଦଳ । ଆଗାମୀଦିନରେ ଯୋର୍ୟାର୍ ଆନ୍ଦୋଳନ ପାଇଁ ପ୍ରସ୍ତାବରେ ପାରିତ ହୋଇଥିଲା । ଜିଲ୍ଲା ବିଜେପି ଉପସଭାପତି ନୃସିଂହ ବରାଳ ସଂକଳନ କରି ନବୀନ ସରକାରଙ୍କ ୨୧ବର୍ଷ ଶାସନ କୁ ତିବ୍ର ନିନ୍ଦା କରିଥିଲେ । ପାଲଲହଡା ନିର୍ବାଚନ ମଣ୍ଡଳୀ ବିକାଶ ୨୧ବର୍ଷ ପଛକୁ ଗଲା, ସେଥି ପାଇଁ ବିଜେଡି ହିଁ ଏକମାତ୍ର ଦାୟୀ ବୋଲି ଶ୍ରୀ ବରାଳ ମତପ୍ରକାଶ କରିଥିଲେ । ରାଜ୍ୟ ଭାଜପା ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦନ ସ୍ୱରାଜଏବଂ ପ୍ରମୁଖ ଶତାଧିକ ସକ୍ରିୟ କାର୍ଯ୍ୟକର୍ତା ସାମିଲ ଥିଲେ । ।