ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥା, ଦେହାନ୍ତ ଖବର ଗୁଜବ

0

ଭୁବନେଶ୍ୱେର : ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥା । ଓଡିଆ ଭକ୍ତି ସଙ୍ଗୀତ ଜଗତରେ ଶାନ୍ତିଲତା ବାରିକଙ୍କ ନାମ ଅତି ପରିଚିତ । ସେ ଏବେ ଘରୋଇ ମୋଡିକାଲରେ ଚିକିତ୍ସା ହେଉଛନ୍ତି । ଦୀର୍ଘ ୭ଦିନ ହେଲା ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ହେବାରେ ଲାଗିଛି ।

ନିଜ କଣ୍ଠର ଯାଦୁଗରୀରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ଯେଉଁ ସଙ୍ଗୀତ ପରିବେଶଣ କରନ୍ତି ତାହା ଶ୍ରୋତାଙ୍କ ମନରେ ଭକ୍ତି ସମର୍ପଣ ଭରିଦିଏ । ସେ ନିଜ ଭଜନରେ ଓଡ଼ିଶାର କଳା, ସଂସ୍କୃତି ଓ ଜଗନ୍ନାଥଙ୍କ ସହ ଜନମାନସକୁ ଯୋଡ଼ିବାକୁ ଚେଷ୍ଟା କରନ୍ତି । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ତାଙ୍କ ମୃତ୍ୟୁ ଖବର ଗୁଜବ ବୋଲି କହିଛନ୍ତି ଶାନ୍ତିଲତା କଲଚରାଲ ଟ୍ରଷ୍ଟ ସଦସ୍ୟ ।