ପ୍ରଖ୍ୟାତ ତବାଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ

0

ନୂଆଦିଲ୍ଲୀ: ପ୍ରଖ୍ୟାତ ତବାଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ ହୋଇଛି । ତାଙ୍କର ହୃଦଘାତରେ ପ୍ରାଣ ଜାଇଥିବା କୁହାଯାଉଛି । ପୂର୍ବରୁ ଗମ୍ଭୀର ହୃଦ୍‌ରୋଗରେ ପୀଡିତ ହୋଇ ଆମେରିକାର ସାନ ଫ୍ରାନ୍ସିସ୍କୋସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ତେବେ  ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ତେବେ ତାଙ୍କ ବିୟୋଗରେ ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ରାଜୀବର୍ଦ୍ଧନ ସିଂ ଏକ୍ସରେ ପୋଷ୍ଟ କରି ସମବେଦନା ଜଣାଇଛନ୍ତି। ସେହିପରି ତବଲା ମାଷ୍ଟ୍ରୋ ହୁସେନ୍‌ଙ୍କ ମୃତ୍ୟୁକୁ ନେ ଇ କୃଷି ମନ୍ତ୍ରୀ ଶିବରାଜ ସିଂ ଚୋୖହ୍ୱାନଙ୍କୁ ସମବେଦନା ଜଣାଇଛନ୍ତି।

ସୂଚନା ଅନୁଯାୟୀ,  ୧୯୫୧ ମାର୍ଚ୍ଚ ୯ରେ ମୁମ୍ବଇରେ ଜନ୍ମ ଗ୍ରହଣ ଜାକିରଙ୍କ ପିତା ଉସ୍ତାଦ ଅଲ୍ଲା ରଖା ଖାନ ମଧ୍ୟ ଜଣେ ସୁପ୍ରସିଦ୍ଧ ତବଲା ବାଦକ ଥିଲେ। ବାପାଙ୍କ ଦ୍ବାରା ଅନୁପ୍ରାଣୀତ ହୋଇ ସେ ୭ ବର୍ଷ ବୟସରୁ ତବଲା ବଜାଇବା ଆରମ୍ଭ କରିଥିଲେ। ୧୨ ବର୍ଷ ବେଳକୁ ସାରା ଭାରତରେ ସେ ପ୍ରସିଦ୍ଧ ଅର୍ଜନ କରିଥିଲେ। ସେ ୪ ଦଶନ୍ଧି ତଳେ ପରିବାର ସହ ସାନ୍‌ ଫ୍ରାନ୍‌ସିସ୍‌କୋ ଯାଇଥିଲେ। ଏଠାରେ ମଧ୍ୟ ତାଙ୍କର ସଙ୍ଗୀତ ସାଧନା ଜାରି ରହିଥିଲା। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଏବଂ ବିଶ୍ବ ସଙ୍ଗୀତ ଜଗତକୁ ଜାକିର ହୁସେନ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ସେ ଅନେକ ଭାରତୀୟ ଏବଂ ଅନ୍ତର୍ଜାତୀୟ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ତାବଲା ମଧ୍ୟ ବଜାଇ ଥିଲେ। ସେ ତବଲାକୁ ଏତେ ଭଲ ପାଉଥିଲେ ଯେ ନିଜ କୋଳରେ ରଖି ଶୋଇ ପଡୁଥିଲେ। ସେ ଖାଲି ସ୍ଥାନ ଦେଖି ତବଲା ବଜାଇବା ଆରମ୍ଭ କରି ଦେଉଥିଲେ। ଭାରତ ସରକାର ୧୯୮୮ରେ ତାଙ୍କୁ ପଦ୍ମଶ୍ରୀ, ୨୦୦୨ରେ ପଦ୍ମ ଭୂଷଣ ଏବଂ ୨୦୨୩ରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ। ସେ ତିନୋଟି ଗ୍ରାମି ପୁରସ୍କାର ମଧ୍ୟ ପାଇଥିଲେ। ସେ ୧୧ ବର୍ଷ ବୟସରେ ପ୍ରଥମ ଥର ପାଇଁ ଆମେରିକାରେ କଳା ପ୍ରଦର୍ଶନ କରିଥିଲେ। ୧୯୭୩ରେ ନିଜର ପ୍ରଥମ ଆଲ୍‌ବମ୍‌ ‘ଲିଭିଂ ଇନ୍‌ ତ ମ୍ୟାରେଟିଆଲ ୱାର୍ଲ୍ଡ ଲଞ୍ଚ’ କରିଥିଲେ।