ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ବିଶିଷ୍ଟ ଶିକ୍ଷାବିତ ତଥା ସୋନପୁର କଲେଜର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ରେଣୁକା ମିଶ୍ର (୮୨)ଙ୍କ ଆଜି ଦେହାନ୍ତ ହୋଇଯାଇଛି। ଆଜି ଘୋଡାଘାଟପଡା ସ୍ଥିତ ବାସ ଭବନ ରେ ହୃଦଘାତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ଦୀର୍ଘ ଦିନ ଧରି ଶିକ୍ଷାଦାନ କରିଥିବା ବେଳେ ବହୁ ଅନୁଷ୍ଠାନ ସହ ଜଡ଼ିତ ରହି ବହୁ ସେବା କାର୍ଯ୍ୟକରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ସେ ସୋନପୁର କଲେଜ ଅଧ୍ୟକ୍ଷl ଥିବା ସମୟରେ କଲେଜ୍ ର ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀଙ୍କ ପ୍ରୀୟଭାଜନ ଥିଲେ ସେ l ସେ ଜଣେ ଶାନ୍ତ, ଭଦ୍ର, ସରଳ ତଥା ଅମlୟିକ ବ୍ୟକ୍ତିତ୍ଵ ର ଅଧିକାରିଣୀ ଥିଲେ। ତାଙ୍କ ମିଠା ମିଠା କଥା ହସ ହସ ମୁହଁ କୁ ଆଜି ଅଗଣିତ ଛାତ୍ର ଛାତ୍ରୀ ଶୁଭେଚ୍ଛୁ ଆତ୍ମୀୟ ସ୍ୱଜନ ଝୁରୁଛନ୍ତି l ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶ୍ରୀ ସତ୍ୟ ସାଇ ସେବା ସମିତି, ଶିକ୍ଷକ ସଂଘ ସମେତ ସହର ତଥା ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି। ପ୍ରକାଶ ଥାଉ କି ଯେ ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ମାଗଣା ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ରେ ଗତ ୨୬ ତାରିଖ ଦିନ ସୁଶ୍ରୀ ରେଣୁକା ମିଶ୍ର ଙ୍କୁ ସୁପର ସିନିଅର ସିଟିଜେନ୍ ଭାବରେ ପ୍ରାକ୍ତନ ବିଚାରପତି ଓଡ଼ିଶା ହାଇକୋର୍ଟ ଶ୍ରୀ ଚିତ୍ତ ରଞ୍ଜନ ଦାଶ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ଯେଉଁ ଉତ୍ସବ ରେ ସୋନପୁର, ବଲାଙ୍ଗିର ଓ ସମ୍ବଲ୍ ପୁର ର ବହୁ ସୁପର ସିନିଅର ସିଟିଜେନ୍ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଏହି ସମ୍ବର୍ଧନା ବେଳେ ସୁଶ୍ରୀ ରେଣୁକା ମିଶ୍ର ଡାକ୍ତର ମାନଙ୍କୁ ଦ୍ଵିତୀୟ ଈଶ୍ୱର ବୋଲି ଆଖ୍ୟା ଦେଇ ପରାମର୍ଶ କରିଥିଲେ ଯେ ଏଲୋପlଥି ହେଉ କି ଆୟୁର୍ବେଦିକ୍ ହେଉ କି ହୋମିଓ ପାଥି ହେଉ ଡାକ୍ତର ଙ୍କ ସିମ୍ପାଥି ହେଉଛି ରୋଗୀ ଙ୍କ ପାଇଁ ବଡ ଔଷଧ l ଯାହାକି ଯୁଗେ ଯୁଗେ ମନେ ରହିବ ସୁଶ୍ରୀ ରେଣୁ ଦିଦି ଙ୍କ ଏ ଶେଷ ଅଭିଭାଷଣ ଟି ଏ ବାଣୀ ଟି l ସ୍ୱର୍ଗୀୟl ରେଣୁକା ମିଶ୍ର ଙ୍କ ମର ଶରୀର କୁ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ୍ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ବେଳେ ଶ୍ରୀ ଗୋକୋନେଶ୍ୱର ଶ୍ମଶାନ ଘାଟ ରେ ଅନ୍ତିମ ସଂସ୍କାର କରାଯାଇଥିଲା l