ଅନୁଗୁଳ: ଡିଆଇଜି ବ୍ରିଜେଶ କୁମାର ରାଏଙ୍କ ବଦଳି | ପୋଲିସ ମୁଖ୍ୟାଳୟକୁ ବ୍ରିଜେଶ ରାଏଙ୍କୁ ବଦଳି କରାଯାଇଛି | ଅନୁଗୁଳର ଡିଆଇଜି ଥିଲେ ବ୍ରିଜେଶ ରାଏ । ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯ୍ୟାତନା ଅଭିଯୋଗ ଥିଲା | ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ୟାତନା ଦେଇଥିବା ଅଭିଯୋଗ ଆସିଥିଲା । ଏପରିକି ନିର୍ୟାତନାରେ ଅତିଷ୍ଠ ହୋଇ ହୋମଗାର୍ଡ ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ | ଟ୍ରେନ୍ ଲାଇନ୍ରେ ଶୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ବଂଚିଯାଇଥିଲେ । ହେଲେ ସବୁ ଦିନ ପାଇଁ ସେ ତାଙ୍କ ଗୋଡ ହରାଇ ଦେଇଛନ୍ତି ।ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍ରେ ଉକ୍ତ ହୋମଗାର୍ଡ ଏବେ ଚିକିତ୍ସିତ ହେଉଛନ୍ତି ।
ମହିଳା ହୋମ୍ଗାର୍ଡ ହେଉଛନ୍ତି ଅନୁଗୁଳ ଜିଲ୍ଲା ରାଶୀଗୋଡାର ସୈରିଦ୍ରୀ ସାହୁ । ହୋମ୍ଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସେ ଲେଖିଛନ୍ତି, ସେ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ଗୃହରକ୍ଷୀ ଭାବେ କାମ କରି ଆସୁଛନ୍ତି । ସାତ ମାସ ତଳେ ଅନୁଗୁଳରେ ଯୋଗଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା । ସେ ଡିଆଇଜିଙ୍କ ସମସ୍ତ ଘର କାମ କରୁଥିଲେ । କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ ମାରିବା ସହ ଚାକିରି ନେଇଯିବାର ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।ଏହି ଘଟଣା ପଦାକୁ ଆସିବା ପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି |