ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତି ଘୋଷଣା

0

ନୂଆଦିଲ୍ଳୀ : ରୋପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମନିଟାରି ପଲିସି’ କମିଟି ନଷ୍ପତ୍ତି ଗ୍ରହଣ କରିଥିବା କଥା ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତିକ । ଲଗାତାର ପଞ୍ଚମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।ଆର୍ଥିକ ଅଭିବୃଦ୍ଧି ହାରର ଆକଳନ ୭ ପ୍ରତିଶତକୁ ବୃଦ୍ଧି ପାଇଛି ।

ସୁଧହାର ଅପରିବର୍ତ୍ତି ରଖିବା ଲାଗି ୬ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ଏହାକୁ ଲଗାଇ ୫ମ ଥର ପାଇଁ ‘ରେପୋ ରେଟ୍‌’ ୬.୫%ରେ ରଖିବା ଲାଗି ନିଷ୍ପତ୍ତି ନେଇଛି। ଦେଶର ଅର୍ଥନୀତିଜ୍ଞମାନେ ମଧ୍ୟ ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରହିବ ବୋଲି ଅନୁମାନ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି, ସମ୍ପ୍ରସାରିତ ହେଉଥିବା ସାମଗ୍ରିକ ଆର୍ଥିକ ବିକାଶ ଓ ସ୍ଥିତିର ପୁଙ୍ଖାନୁପୁଙ୍ଖ ଆକଳନ କରିବା ପରେ ‘ରେପୋ ରେଟ୍‌’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ‘ମନିଟାରି ପଲିସି କମିଟି’ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନେଇଛି। ଫଳରେ, ସମ୍ପ୍ରତି ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ ୬.୨୫% ରହିବା ସହିତ ‘ମାର୍ଜିନାଲ୍‌ ଷ୍ଟାଣ୍ଡିଙ୍ଗ୍‌ ଫେସିଲିଟି’ ଓ ବ୍ୟାଙ୍କ୍‌ ରେଡ୍‌ ୬.୫%ରେ ରହିଲା।