(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ୨୦୧୯ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନରେ ଯେଉଁ ପ୍ରାର୍ଥୀମାନେ ବିଜୟ ହୋଇଛନ୍ତି ସେମାନେ ମୋଟ ମତଦାନର ଶତକଡ଼ା ୪୬ ପ୍ରତିଶତ ଭୋଟ ପାଇଛନ୍ତି । ତେବେ ଗତ ୨୦୦୯ ଓ ୧୪ ରେ ବିଜୟୀ ପ୍ରାର୍ଥୀମାନେ ମୋଟ ମତଦାନର ଶତକଡ଼ା ୪୫ ପ୍ରତିଶତ ଭୋଟ ପାଇଥିଲେ । କିନ୍ତୁ ଏଥର ନିର୍ବାଚନରେ ପ୍ରାୟ ୪୫ ଜଣ ବିଜୟ ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ମଣ୍ଡଳୀରୁ ମୋଟ ମତଦାନ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି । ବିଜେଡ଼ିର ୧୧୨ ଜଣ ବିଜେତାଙ୍କ ମଧ୍ୟରୁ ୬୮ ଜଣ ସେମାନଙ୍କ ନିର୍ବାଚନ ମଣ୍ଡଳୀରୁ ୫୦ ପ୍ରତିଶତ କମ୍ ଭୋଟ ପାଇଛନ୍ତି । କଂଗ୍ରେସର ୯ ଜଣ ବିଜେତାଙ୍କ ମଧ୍ୟରୁ ୮ ଜଣ , ବିଜେପିର ସବୁ ବିଜୟ ପ୍ରାର୍ଥୀ ଏବଂ ସିପିଆଇଏମ ଏବଂ ସ୍ୱୀଧୀନ ଭାବେ ଜିତିଥିବା ଜଣେ ଲେଖାଏଁ ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ମଣ୍ଡଳୀରୁ ମୋଟ ମତଦାନର ୫୦ ପ୍ରତିଶତରୁ କମ୍ ଭୋଟ ପାଇଛନ୍ତି । ଖଣ୍ଡପଡ଼ାରୁ ଲଢୁଥିବା ବିଜେଜି ପ୍ରାର୍ଥୀ ସୌମ୍ୟାରଂଞ୍ଜନ ପଟ୍ଟନାୟକ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୬୦.୫ ପ୍ରତିଶତ ଭୋଟ ବ୍ୟବଧାନରେ ଜିତିଛନ୍ତି ।
ସେହିପରି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦୀତା କରୁଥିବା ବିଜେଡ଼ି ପ୍ରାର୍ଥୀନୀ ଲତିକା ପ୍ରଧାନ ତାଙ୍କ ପ୍ରତିଦ୍ୱନ୍ଧୀ ଠାରୁ ୩୩.୩୮ ପ୍ରତିଶତ ଭୋଟ ବ୍ୟବଧାନରେ ଜିତିଛନ୍ତି । ୧୪୭ ନିର୍ବାଚନ ମଣ୍ଡଳୀରୁ ଜିତିଥିବା ୧୪୬ଜଣ ପ୍ରାର୍ଥୀଙ୍କ ଭିତରୁ ୧୪ ଜଣ ହେଉଛନ୍ତି ମହିଳା । ମହିଳା ବିଜେତାଙ୍କ ଭିତରୁ ବିଜେଡ଼ିର ଲତିକା ପ୍ରଧାନ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି । ସେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୬୨.୮୭ ଭୋଟ ପାଇବା ସହିତ ୩୩.୩୮ ପ୍ରତିଶତ ଭୋଟ ବ୍ୟବଧାନରେ ଜିତିଛନ୍ତି । ଏହି ଅବସରରେ ଓଡ଼ିଶା ବିଧାନସଭା ନିର୍ବାଚନରେ ୨, ୩୪,୧୭, ୬୯୫ ମତଦାନ ମଧ୍ୟରୁ ୨, ୪୪,୯୭୪ ସଂଖ୍ୟକ ଭୋଟ ନୋଟାରେ ପଡ଼ିଛି ।
ନିର୍ବାଚନରେ ସର୍ବାଧିକ ବ୍ୟବଧାନରେ ଜିତିଥିବା ତିନି ପ୍ରାର୍ଥୀଙ୍କ ଭିତରୁ ଖଣ୍ଡପଡ଼ାରୁ ସୌମ୍ୟରଂଞ୍ଜନ ପଟ୍ଟନାୟକ ୭୪ , ହିଞ୍ଜିଳିରୁ ନବୀନ ପଟ୍ଟନାୟକ ୬୬, ଏବଂ କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ ୬୨ ପ୍ରତିଶତ ଭୋଟ ବ୍ୟବଧାନରେ ଜିତିଛନ୍ତି । ଏଥର ନିର୍ବାଚନରେ ମିଳିଥିବା ଭୋଟ ଭିତରୁ ବିଜେଡ଼ି ସର୍ବାଧିକ ୭୯ .୨ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ଓ କଂଗ୍ରେସ ୫୨ ଓ ସିପିଏମ ଓ ସ୍ୱାଧୀନ ୦.୫ ପ୍ରତିଶତ ଭୋଟ ପାଇଛନ୍ତି । ଭାରତର ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ରୁ ସଂଗୃହୀତ ତଥ୍ୟ ବିଷ୍ଳେଷଣ ଆଧାରାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଓଡ଼ିଶା ଇଲ୍କେସନ ଓ୍ୟାଚ ପକ୍ଷରୁ ସୁଚନା ଦିଆଯାଇଛି ।