ଭୁବନେଶ୍ୱର: ରାତି ପାହିଲେ ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ଏଥର ରାଜ୍ୟରେ ଗଣତନ୍ତ୍ର ଦିବସ ଭବ୍ୟ ହେବ । ପ୍ରଥମ ଥର ଓଡିଶା ଉପକୂଳରେ ୧୦ ଦ୍ୱୀପରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ଡିଜି, ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି । ତେବେ ଏନେଇ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଭୁବନେଶ୍ୱର ସ୍ଥିତ ଶାଖା କାର୍ଯ୍ୟାଳୟରେ ପୂର୍ବ ସମୁଦ୍ର ତଟର କୋଷ୍ଟଗାର୍ଡ କମାଣ୍ଡର ଏଡିଚି ଡନି ମିଚେଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏଥିପାଇଁ ଉପକୂଳରେ ପାଟ୍ରୋଲିଂ , ଆକାଣମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ତଟ ସୁରକ୍ଷା ବାହିନୀ ପକ୍ଷରୁ ଓଡିଶା ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଛି । ସାଧାରଣତନ୍ତ୍ର ଦିବସରେ ସମୁଦ୍ର ଭିତରେ ଥିବା ୧୦ଟି ଉପଦ୍ୱୀପରେ ଜାତୀୟ ଜାତୀୟ ପତାକା ଉଡାଯିବ । ଏଥିପାଇଁ ଉପଦ୍ୱୀପଗୁଡିକ ଚିହ୍ନଟ କରାଯାଇଥିବା ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଚନ୍ତି ।