ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ଭିନ୍ନକ୍ଷମଙ୍କୁ ସମାଜର ସ୍ରୋତରେ ମିଶାଇବା ପାଇଁ କେନ୍ଦ୍ର ଓ ଜ୍ୟ ଏକ ବିଭାଗ ସୃଷ୍ଟି କରିଛନ୍ତି । କିନ୍ତୁ ଏହି ଯୋଜନାରୁ କିଛି ଭିନ୍ନକ୍ଷମ ବ୍ୟକ୍ତି ବଞ୍ôଚତ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ବିଜାତଳା ବ୍ଳକର ମୁଣ୍ଡାଠାକୁରା ଗ୍ରାମରେ । ସମାଜସେବୀ ଦିଲିପ ପଟନାୟକ(୬୩) ଦ୍ରୌପଦୀଙ୍କୁ ବିବାହ କରିଥିଲେ । କିନ୍ତୁ ଦ୍ରୌପଦୀ ଚକ୍ଷୁ ରୋଗରେ ପିଡିତ ହେଲେ ଆଖି ହରାଇ ବସିଛନ୍ତି । ଏନେଇ ଦିଲିପ ସ୍ତ୍ରୀ ଦୈପଦୀଙ୍କୁ ବାରିପଦା, କଟକ, ଭୁବନେଶ୍ୱରର ବଡ ଚକ୍ଷୁ ହସ୍ପିଟାଲରେ ଚକ୍ଷୁ ପରୀକ୍ଷା କରି ନୟାନ୍ତ ହେଲେ । ଗୋଟାଏ ଚକ୍ଷୁ ୪ ଥର ଏବଂ ଗୋଟାଏ ଚକ୍ଷୁ ୨ଥର ଅପରେସନ କରାଗଲା । ଭୁବନେଶ୍ୱରର ଏଲଭି ଚିକିତ୍ସାଳୟରେ କରାଇଥିଲେ ।
ଏଥିପାଇଁ ଜମବାଡି,ସୁନା ଗହଣା,ଧାର କରଜ କରି ୩ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଖର୍ଚ କଲେ ଡାକ୍ଚର ମାନୃ ଆଶ୍ୱସନା ଦେଲେ ହେଲେ ଫଳ ଶୂନ୍ । ଦିର୍ଘ ୮ବର୍ଷ ହେଲା ସେ ଦୃଷ୍ଟି ଶକ୍ତି ହରାଇଛନ୍ତି । ଭଙ୍ଗା ଚାଳ ଛପର ଗରେ ରହୁଛନ୍ତି । ଶୌଚ ପାଇଁ ପାଇଖାନାଟିଏ ନାହିଁ । ଦିଲିପ ଆଉ ବୟସ ଦୃଷ୍ଟିରୁ କାମଧନ୍ଦା କରିପାରୁ ନାହାନ୍ତି ।ବର୍ତମାନ ଚଳିବାକୁ ପାଖରେ ଅର୍ଥ ନାହିଁ ।ଯାହାଥିଲା ପତ୍ନୀ ପାଇଁ ସବୁ ଖର୍ଚ କରି ଧାର କରଜ ସୁଝୁଛନ୍ତି ।ଶତ ପ୍ରତିଶତ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଥିବା ପତ୍ନୀ ପାଇଁ ବିଜୁ ପକ୍କା ଘର,ଭିନ୍ନକ୍ଷମ ଭତ୍ତା,ସୁଲଭ ଶୌଚାଳୟ ପାଇଁ ବିଜାତଳା ବିଡିଓ ତ୍ରିନାଥ ମାଝୀ ଏବଂ ବାମନଘାଟି ଉପଜିଲ୍ଲାପାଳ ଧରମାନନ୍ଦଙ୍କ ପାଖରେ ଲିଖିତ ଅନୁରୋଧ କରିଛନ୍ତି ।ନିଜ ପାଇଁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅନୁରୋଧ କରୁଛନ୍ତି ।ପରିଣତ ବୟସରେ ସ୍ବାଭିମାନୀ ସମାଜସେବୀ ଦିଲିପ ଲୋକଙ୍କ ସମସ୍ୟା ପାଇଁ ଲଢୁଥିବାବେଳେ ନିଜ ପାଇଁ କହିବାକୁ ଲାଜ ମାଡୁଥିଲା ।ହେଲେ ସମସ୍ତେ ପରିସ୍ଥିତାର ଦାସ ।ପେଟ ଭୋକ ମୁହଁ ଲାଜକୁ କେତେଦିନ ଲୁଚାଇବେ! ବାଧ୍ୟ ହୋଇ ସରକାରଙ୍କ ପାଖରେ ପହଞ୍ଚିଲେ ବୋଲି ସ୍ବାମୀ ସ୍ତ୍ରୀ ଦୁଇ ପରାଣୀ କୋହଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ବଖାଣି ଥିଲେ ବିଜାତଳା ବ୍ଳକ ପିଣ୍ଢା ଦୌଡିଦୌଡି ଦୁଇ ପରାଣୀ ନୟାନ୍ତ ହେଲେଣି ।ପଚାରିଲେ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀ ଭୁଲାଇ ଦିଅନ୍ତି କହନ୍ତି ଫାଇଲ ପ୍ରୋସେସିଂ ଚାଲିଛି ।ଗଣମାଧ୍ୟମ ସମ୍ମୁଖରେ ନବିନ ସରକାର ତାଙ୍କୁ ସହାୟତା ପାଇଁ ବିନମ୍ର ଅନୁରୋଧ କରିଛନ୍ତି ।କେହି ବଦାନ୍ୟ ବ୍ୟକ୍ତି ଯଦି ଦ୍ରୌପଦୀଙ୍କୁ ଚକ୍ଷୁଦାନ କରିବାରେ ସାହାଯ୍ୟ ଏବଂ କିଛି ସହାୟତତା କରିବାକୁ ଚାହାନ୍ତି ତାହାହେଲେ ତାଙ୍କ ସ୍ବାମୀ ଦିଲିପ ପଟନାୟକଙ୍କ ମୋବାଇଲ ନମ୍ବର ୬୩୭୧୧୦୦୨୪୯୦ ରେ ଯୋଗାଯୋଗ କରିବାକୁ ଅନୁରୋଧ।