(ଜ୍ୟୋତିରଞ୍ଜନ ଧର / କଣିହାଁ ) : ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ଏମ୍.ସି.ଏଲ. ତାଳଚେରସ୍ଥିତ ଭରତପୁର କୋଇଲାଖଣି ଟ୍ରାଜେଡି ଘଟଣା ଅଥବା ମାଟି ଅତଡ଼ା ଖସି ପୋତି ହୋଇଥିବା ଶ୍ରମିକଙ୍କୁ ଏନଡିଆରଏଫ୍ ଟିମ୍ ଏବଂ ମାଇନ୍ସ ରେସକ୍ୟୁ ଟିମ୍ ପକ୍ଷରୁ ଜାରି ରହିଥିବା ଉଦ୍ଧାରକାର୍ଯ୍ୟ ରବିବାର କୁ ୫ମ ଦିନରେ ପହଞ୍ଚିଛି । ଶନିବାର ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରାଯାଇଥିବା ଏକ କଟା ହାତ ଏବଂ ଶରୀରର କିଛି ଅଂଶ କାହାର ତାହା ଆଜି ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । ସେଗୁଡ଼ିକୁ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି । ଖଣି ଭିତରେ ନିଖୋଜ ହୋଇଥିବା ସୁରକ୍ଷାକର୍ମୀ ପ୍ରମୋଦ ଦାସଙ୍କ ଆଜି ମଧ୍ୟ କିଛି ପତା ମିଳି ପାରିନାହିଁ । ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟସମୟରେ ତୁହାକୁ ତୁହା ବର୍ଷା ହେବା ଯୋଗୁଁ ବିଭିନ୍ନ ସମୟରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାଯାଇଛି । ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ଏମସିଏଲ ପକ୍ଷରୁ ପ୍ରକାଶ। ଅପରପକ୍ଷରେ ସମଗ୍ର ତାଳଚେର ଉପଖଣ୍ଡ ରେ ଥିବା ସମସ୍ତ କୋଇଲା ଖାଦନ(ନଅ) ଟି ବିଭିନ୍ନ ରାଜନୈତିକ ଦଳ ପକ୍ଷ ରୁ ଆନ୍ଦୋଳନ ଚାଲୁରହିଥିବା ବେଳେ ଏନଟିପିସି କୁ ଘାରିଛି କୋଇଲା ସଙ୍କଟ । ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହାର ପ୍ରଭାବ ପଡିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।