ନିଖୋଜ ତିନି ଛାତ୍ର ଉଦ୍ଧାର

0

( ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ ) : ବାରିପଦା ସଦର ଥାନା ଅଧିନସ୍ଥ ଏକ ଘରୋଇ ଶିକ୍ଷାନୁଷ୍ଠାନୁ ନିଖୋଜ ହୋଇଥିବା ୩ ଜଣ ଛାତ୍ର ଉଦ୍ଧାର ହୋଇଛନ୍ତି । ଗତ ୧୫ ତାରିଖରେ ସ୍ୱାଧୀନତା ଦିବସ ଓ ରାକ୍ଷୀ ବନ୍ଧନ ଉତ୍ସବ ପାଳନ ପରେ ରାତି ପ୍ରାୟ ୧ ଟା ବେଳେ ହଷ୍ଟେଲରେ ସମସ୍ତେ ଶୋଇଥିବା ବେଳେ ନବମ ଶ୍ରେଣୀରେ ପଢୁଥିବା ତିନି ଜଣ ଛାତ୍ର ହଷ୍ଟେଲରୁ କୁଆଡ଼େ ଗାଏବ ହୋଇଯାଇଥିଲେ । ଏନେଇ ବିଦ୍ୟାଳୟ କର୍ତ୍ତୁପକ୍ଷ ୧୬ ତାରିଖ ସକାଳେ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ । ପରେ ଶିକ୍ଷାନୁଷ୍ଠାନ ସହାୟତାରେ ନିଖୋଜ ଛାତ୍ରାଙ୍କୁ ଧରିବା ପାଇଁ ପୁଲିସ ତିନୋଟି ଟିମ ଗଠନ ଗଠନ କରି ତଦନ୍ତ ଚଳାଇଥିଲେ । ତେବେ ଗତ ୨୦ ତାରିଖରେ ନିଖୋଜ ଛାତ୍ରଙ୍କ ମଧ୍ୟରୁ ଦୁଇ ଜଣ ରାଉରକେଲାରେ ବୁଲୁଥିବା ନେଇ ପୋଲିସ ଖବର ପାଇଁ ସେମାନଙ୍କୁ କାବୁ କରିଥିଲା । ଆଉ ଜଣେ ନିଖୋଜ ଛଶତ୍ର ଜାମେଶେଦପୁର ତାଙ୍କ ମାମୁଁ ଘରେ ଥିବା ବଦ୍ୟାଳୟ କର୍ତ୍ତୁପକ୍ଷ ଜାଣି ଛାତ୍ର ଜଣଙ୍କୁ ହଷ୍ଟେଲକୁ ଆଣିଥିଲେ । ଉଦ୍ଧାର ହୋଇଥିବା ଜଣେ ଛାତ୍ର କହିଛନ୍ତି କି ହଷ୍ଟେଲରେ ଦୀର୍ଘଦିନ ହେଲା ରହୁଥିବାରୁ ତାଙ୍କୁ ଆଦୌ ଭଲ ଲାଗୁନଥିଲା । ମୁମ୍ବାଇ ସହର ବୁଲିବାକୁ ଇଚ୍ଛା ହେବାରୁ ସେମାନେ ହଷ୍ଟେଲରୁ ଖସିବାକୁ ଏକ ମ୍ୟାପ ତିଆରି କରିଥିଲେ । ପ୍ଲାନ ମୁତାବକ ତିନି ଛାତ୍ର ୧୫ ତାରିଖ ମଧ୍ୟ ରାତିରେ ହଷ୍ଟେଲର କଡ଼ା ସୁରକ୍ଷା ବଳୟ ଭିତରେ ଖସିଯିବାକୁ ସକ୍ଷମ ହୋଇଥିଲେ । ତିନି ଛାତ୍ର ଉଦ୍ଧାର ହେବା ପରେ ଚିନ୍ତାରେ ଥିବା ସ୍କୁଲ ଶିକ୍ଷକ ଓ ଅଭିଭାବକ ଆଶ୍ୱସ୍ତି ଲାଭ କରିଛନ୍ତି ।