ଖୋର୍ଦ୍ଧାରୁ କଟା ପାପୁଲି ଉଦ୍ଧାର

0

ଖୋର୍ଦ୍ଧା/ ପ୍ରବୀଣ ଭଞ୍ଜ : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ନରଣଗଡ଼ ପଞ୍ଚାୟତ ମାନପୁର ଛକ ନିକଟରୁ ଆଜି ଏକ କଟା ପାପୁଲିକୁ  ଉଦ୍ଧାର କରିଛି  ପୋଲିସ୍  । କଟା ପାପୁଲିକୁ କୁକୁର ଖାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ କଟା ପାପୁଲିକୁ ପୋଲିସ୍ ଉଦ୍ଧାର କରିଥିବା ଜଣା ପଡ଼ିଛି। ଅଧିକ ତଥ୍ୟ ସଂଗ୍ରହ ନିମନ୍ତେ କଟା ପାପୁଲି ଟିକୁ ଜଂକିଆ ଥାନା ପୋଲିସ ଲ୍ୟାବ୍ କୁ ପଠାଇଥିବା ବେଳେ କଟା ପାପୁଲି ମିଳିବା ପଛରେ ଏହା ଏକ ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଶେଷରେ ଏହି କଟା ପାପୁଲିର ରହସ୍ୟ ଜାଣିବାରେ ସଫଳ ହୋଇଛି ପୋଲିସ୍ । ସୂଚନା ମୁତାବକ ଖୋର୍ଦ୍ଧା ରୋଡ଼ ରେଳବାଇ ପୋଲିସ ଅଧିନ ତାପଙ୍ଗ ରେଳ ଷ୍ଟେସନ ରେ ବୁଲୁଥିବା ଏକ ମାନସିକ ବିକରାଗ୍ରସ୍ତ ଯୁବକର ଟ୍ରେନ ଧକ୍କାରେ ହାତ କଟି ଯାଇଥିଲା। କୁକୁର ସେ କଟା ପାପୁଲି କୁ ଆଣି ମାନପୂର ରେ ପକାଇଥିଲା। ସ୍ଥାନୀୟ ଲୋକ ଏହାକୁ ଦେଖି ପୋଲିସ କୁ ଖବର ଦେଇଥିଲେ। ଜଂକିଆ ପୋଲିସ ପରେ ରେଳ ବିଭାଗ ପୋଲିସର କଟା ପାପୁଲି କୁ ନେଇ ତଦନ୍ତ କରୁଛି ।