ଉତରାଖଣ୍ଡ: ବାଦଲ ଫଟା ବର୍ଷାରେ ଉତରାଖଣ୍ଡର ସ୍ଥିତି ବେହାଲ । ଟିହରୀରୁ କେଦାରନାଥ ସ୍ଥିତି ବେହାଲ ହୋଇପଡ଼ିଛି । କେଦାରନାଥରେ ବହୁ ସଂଖ୍ୟାର ଶ୍ରଦ୍ଧାଳୁ ଏବେବି ଫସିକି ଅଛନ୍ତି । ଆଜି ଚତୁର୍ଥ ଦିନରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ରେସକ୍ୟୁ ଅପରେସନ୍ ଜାରି ରହିଛି । ଏପର୍ଯ୍ୟନ୍ତ ୯ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଏବେବି ୧୦୦୦ରୁ ଅଧିକ ଶ୍ରଦ୍ଧାଳୁ କେଦାରନାଥ, ଗୌରୀକୁଣ୍ଡ ଏବଂ ସୋନପ୍ରୟାଗ ଅଞ୍ଚଳରେ ଫସିଛି ।
କେଦାରନାଥରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ୮୮୨ ଯବାନ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛନ୍ତି । ଯବାନଙ୍କ ଦ୍ବାରା ଫସିଥିବା ଲୋକଙ୍କୁ ଖାଦ୍ୟ ଏବଂ ପିଇବା ପାଣି ବଂଟା ଯାଉଛି । ବର୍ଷା ମଧ୍ୟ ଉଦ୍ଧାର କାର୍ଯ୍ୟରେ ବାଧା ଦେଉଥିବା କୁହାଯାଇଛି ।
ଲଗାଣ ବର୍ଷା ଏବଂ ଭୂସ୍ଖଳନ ପାଇଁ ଶହେ ମିଟରର ରାସ୍ତା ବନ୍ଦ ରହିଛି । ଯାହା ପାଇଁ ଯାତାୟତ ବନ୍ଦ ରହିବାରୁ ଅନେକ ତୀର୍ଥଯାତ୍ରୀ ଫସି ଯାଇଥିବା କୁହାଯାଇଛି । ଏସଡିଆରଏଫ ଅନ୍ୟ ଏକ ରାସ୍ତାରେ ଲୋକଙ୍କୁ ଉଦ୍ଧାର କରୁଥିବା କୁହାଯାଇଛି ।