ଲିବ୍ୟାର ମେରୁଦଣ୍ଡ ଭାଙ୍ଗି ଦେଇଛି ଶକ୍ତିଶାଳୀ ବାତ୍ୟା ‘ଡାନିଏଲ’

0

ବ୍ୟୁରୋ: ବାତ୍ୟା ନେଲା ଅନେକ ଜୀବନ । ଡାନିଏଲ ବାତ୍ୟା ପାଇଁ ଚାରିଆଡେ ହା ହା କାର । ରହିବା ପାଇଁ ନାହିଁ ଛାତ କି ଖାଇବା ପାଇଁ ନାହିଁ ଖାଦ୍ୟା । ଲିବ୍ୟାର ମେରୁଦଣ୍ଡ ଭାଙ୍ଗି ଦେଇଛି ଶକ୍ତିଶାଳୀ ବାତ୍ୟା ଡାନିଏଲ । ଏହି ବାତ୍ୟ ନେଇଛି ହଜାର ହଜାର ଜୀବନ । ବର୍ତ୍ତମାନ ସୁର୍ଦ୍ଧା ୧୧,୩୦୦ ଛୁଇଁଛି ମୃତକଙ୍କ ସଂଖ୍ୟା । ଏବେବି ଅନେକ ନିଖୋଜ ଥିବା କୁହାଯାଉଛି । ତେବେ ୨୦ହଜାର ମୃତ୍ୟୁ ସଂଖ୍ୟା ଛୁଇଁବ ବୋଲି ଆକଳନ କରାଯାଇଛି । ସେପଟେ ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଏଥିପାଇଁ ଆହୁରି ବଡି ବ୍ୟାଗ ଆବଶ୍ୟକ ବୋଲି କହିଛନ୍ତି ଉଦ୍ଧାର କାରି ଦଳ । ଏଥିରେ ଅନେକ କୋଠା ଭୂସୁଡିବା ସହ ଧ୍ୱଂସ ହୋଇ ଯାଇଛି ବିମାନବନ୍ଦର । ଏହି ବନ୍ୟ ପରିସ୍ଥିତି ପାଇଁ ଲିବ୍ୟାରେ ପିଇବା ପାଣି, ବିଦ୍ୟୁତ, ଖାଦ୍ୟ ଏବଂ ପେଟ୍ରୋଲ ଭଳି ଅତ୍ୟାବଶ୍ୟକୀୟ ଜିନିଷ ମିଳୁନାହିଁ, ସମଗ୍ର ସହର ନଷ୍ଟ ହୋଇଯାଇଛି । ଡେର୍ଣ୍ଣା ସହରରୁ ଲୋକମାନେ ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ରାସ୍ତା ବନ୍ଦ ହୋଇ ଯାଉଥିବାରୁ ସେଠାରେ ଅଟକି ଯାଇଥିଲେ । କିଛି ଲୋକ ସ୍କୁଲଗୁଡ଼ିକରେ ଆଶ୍ରୟ ନେଇଛନ୍ତି ।