ମହାନଦୀରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର

(ଜଗନ୍ନାଥ ମହାନ୍ତି / କଟକ) : କଟକ ମହାନଦୀରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର। ବିଡାନାସୀ ଥାନା ଅନ୍ତର୍ଗତ ହରିଣ ପାର୍କ ନିକଟ ନଈରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର କରିଛି ଦମକଳ ବାହିନୀ। ଦିନ ପାଖାପାଖି ୧୨ ଟା ସମୟରେ ଶବ ଭାସିବା ନେଇ ଦେଖିଥିଲେ ସ୍ଥାନୀୟ ଲୋକେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ଶବକୁ ଉଦ୍ଧାର କରିଛି। ତେବେ ଶବର ପରିଚୟ ମିଳିପାରି ନଥିବା ବେଳେ ସ୍ଥାନୀୟ ଥାନାକୁ ଖବର ଦେଇଛି ଦମକଳ ବାହିନୀ। ଶବକୁ ଜବତ କରି ମେଡିକାଲ ପଠା ଯାଇଥିବା ବେଳେ ଶବର ପରିଚୟ ଏବେ ଖୋଜୁଛି ପୋଲିସ ।