ପୁରୀ: ଅଗଷ୍ଟରେ ସରୁଛି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ। ନବକଳେବର ହେବ ଶ୍ରୀମନ୍ଦିର ପରିଚାଳନା କମିଟିର । ମହାପ୍ରଭୁଙ୍କ ସେବା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାର ସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଗୁରୁତ୍ୱ ଦିଆଯିବ। ଆବଶ୍ୟକ ପଡିଲେ ଲଟେରୀର ସାହାଯ୍ୟ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ନୂଆ ପରିଚାଳନାରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି ।
ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ଶ୍ରୀମନ୍ଦିର ପ୍ରଶାସନ ପାତରଅନ୍ତର ନୀତି ଆପଣାଉଛି ବୋଲି ଅଭିଯୋଗ ହୋଇ ଆସୁଥିଲା। ନୂଆ ପରିଚାଳନା କମିଟି ଗଠନ ପାଇଁ ୮ ସୂତ୍ରୀ ପ୍ରସ୍ତାବ ଦେଇଛି ଆଇନ ବିଭାଗ। ଶ୍ରୀଜଗନ୍ନାଥ ମନ୍ଦିର ଟେମ୍ପୁଲ୍ ଆକ୍ଟ ୧୯୫୫ ଧାରା ୬(୧) ଜେ ଅନୁଯାୟୀ ସଦସ୍ୟ ମନୋନୟନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛି ଆଇନ ବିଭାଗ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦିଆଯାଇଥିବା ତାଲିକା ଆଇନ ବିଭାଗକୁ ସନ୍ତୁଷ୍ଟ କରିନଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଲକ୍ଷ୍ୟରେ ରଖି ବିଧି ବ୍ୟବସ୍ଥା ଆପଣାଇବାକୁ ୮ ସୂତ୍ରୀ ଦେଇଛି ଆଇନ ବିଭାଗ।
ସେଗୁଡ଼ିକ ହେଲା