ଉଦଳା / ଦୀପକ ମିଶ୍ର : ବ୍ଲକ ପ୍ରତିଷ୍ଠା ଦାବିରେ ରାସ୍ତାକୁ ଓହ୍ଲାଇଲେ ଅଞ୍ଚଳ ବାସି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ବିକାଶ ମଞ୍ଚ ପକ୍ଷରୁ ବ୍ଲକ ପ୍ରତିଷ୍ଠା ଦାବି ନେଇ ଆଜି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି କ୍ଷ ଶରତ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବକ୍ଷ ବେଳେ ବିଭିନ୍ନ ସମସ୍ୟା ନେଇ ନଅଗୋଟି ପଞ୍ଚାୟତ ର ଲୋକ କପ୍ତିପଦା ବ୍ଲକ ଉପରେ ନିର୍ଭର କରିବାକୁ ପଡୁଛି । ଦୀର୍ଘ ଦିନରୁ ଶରତ ଅଞ୍ଚଳରେ ଏକ ନୂତନ ବ୍ଲକ ପ୍ରତିଷ୍ଠା ଦାବି ହୋଇଥିବକ୍ଷ ବେଳେ ତାହା ଆଜି ପର୍ୟ୍ୟନ୍ତ ପୁରଣ ହୋଇନଥିବକ୍ଷ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି କ୍ଷ ତେବେ ଏହି ବ୍ଲକ ମାନ୍ୟତା ଦାବିରେ ଆଜି ଶରତ ବିକାଶ ମଞ୍ଚ ପକ୍ଷରୁ ଏକ ବାଇକ ରାଲି କରି କପ୍ତିପଦା ତହସିଲ ଏବଂ ବିଡ଼ିଓଙ୍କୁ ଦାବି ପତ୍ର ଦେବା ସହ ଉପଖଣ୍ଡ ର ଉପୁଜିଲାପାଳଙ୍କୁ ମଧ୍ୟ ଏହି ସମ୍ପର୍କରେ ଦାବି ପତ୍ର ଦିଆଯାଇଛି । ତେବେ ଆଗାମୀ ଦିନରେ ଦାବି ପୁରଣ ନହେଲେ ଶରତ ବିକାଶ ମଞ୍ଚ ପକ୍ଷରୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛିନ୍ତି ।