ସୁବର୍ଣ୍ଣପୁର: ଉଲୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଦେଇଥିବା ବିବାଦ ସମାଧାନ । ଏଥି ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚାଷୀ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୀରମହାରାଜପୁରରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିରରେ ପେକ୍ସ ସ୍ଥାନାନ୍ତରକୁ ନେଇ ଦେଖାଦେଇଥିବା ବିବାଦ ସମ୍ପର୍କରେ ଅଭିଯୋଗ ହୋଇଥିଲା। ବୀରମହାରାଜପୁର ଉପଜିଲ୍ଲାପାଳ ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଉଲୁଣ୍ଡା ତହସିଲଦାର, ବୀରମହାରାଜପୁର ଏଆର୍ସିଏସ୍, ଉଲୁଣ୍ଡା ଆର୍ଏମ ଏମ୍ସି ସମ୍ପାଦକ, ଆର୍ଡି ଯନ୍ତ୍ରୀ ଚାଷୀଙ୍କ ସମର୍ଥିତ ସ୍ଥାନରେ ପେକ୍ସ ନିର୍ମାଣର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଯୋଗ ଦେଇଥିବା ଚାଷୀ ପ୍ରତିନିଧି ଏଠାରେ କାହିଁକି ପେକ୍ସ ହେବା ଦରକାର ଏନେଇ ଉପସ୍ଥାପନ କରିଥିଲେ। ବ୍ଲକ୍ ସଦର ମହକୁମା ପଞ୍ଚାୟତ ଭିତରେ ହିଁ ୨ ଏକର ପରିମିତ ଜମିରେ ଏହା ନିର୍ମାଣ ହେବା କଥା ବୋଲି ସମସ୍ତେ ସମ୍ମତି ପ୍ରକାଶ କରିଥିଲେ। ପେକ୍ସ ସଭାପତି ଓ ସମ୍ପାଦକ ଏଥିରେ ଆପରି ପ୍ରକାଶ କରିଥିଲେ। ୨ ଦିନ ମଧ୍ୟରେ ଜମି ଯୋଗାଇ ଦିଆଯାଇ ପ୍ରସ୍ତାବ ମଞ୍ଜୁର କରାଯିବ ବୋଲି ଅଧିକାରୀ ମାନେ କହିଥିଲେ । ଏହାର ଖିଲାପୀ ହେଲେ ଚାଷୀ ନିଜ ସ୍ବାର୍ଥ ରକ୍ଷା ପାଇଁ ଚରମ ପଦକ୍ଷେପ ନେବେ ନିର୍ମାଣ ବୋଲି ଚାଷୀ ପ୍ରତିନିଧ ଅଧିକାରୀଙ୍କୁ ଚେତାବନ ଦେଇଥିଲେ । ପ୍ରଥମେ ଉଲୁଣ୍ଡାର ଗଣ୍ଡା ବାହାଲରେ ହିଁ ଉଲୁଣ୍ଡା ପେକ୍ସ ନିର୍ମାଣ ହେବ ଓ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପର୍ଯ୍ୟାୟକ୍ରମେ ସବୁ ପ୍ରଞ୍ଚାୟତରେ ପେକ୍ସ କରାଯିବ ବୋଲି ଉପଜିଲ୍ଲାପାଳ କହିଥିଲେ I ନବନିର୍ମାଣ କୃଷକ ସଂଗଠନ ଜିଲ୍ଲାସଭାପତି ପ୍ରଦ୍ୟୁମ୍ନ ପାଢ଼ୀ, ପେକ୍ସ ନିର୍ଦେଶକ କୃତିବାସ ବାଘ, ପେକ୍ସ ସଭାପତି କ୍ଷୀରସିନ୍ଧୁ ଭୋଇ, ସମ୍ପାଦକ ଗୋବଦ୍ଧନ ଭୋଇ, ଚାଷୀ ପ୍ରତିନିଧ୍ ଗୋବିନ୍ଦ ତରାଇ, କାହ୍ନୁ ଖେତୀ, ଧର୍ମପଦ ମହାକୁର, ସୁଦାମ ମହାକୁର, ଅରୁଣ କୁଲିହା, ଘନଶ୍ୟାମ ମହାକୁର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।