ଏକ ସପ୍ତାହ ଧରି ଜଳି ପାଉଁଶ ହେଲାଣି ୧୪୧ଟି ଗାଁ

ଗତ ସପ୍ତାହରେ ୟୁରୋପୀୟ ଦେଶ ଗ୍ରୀସ୍ରେ ତିନି ଦଶକର ସବୁ ରେକର୍ଡ ଭାଙ୍ଗି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସେଠାର ଲୋକ ଭୀଷଣ ଗରମର ସମ୍ମୁଖୀନ ହୋଇଛନ୍ତି।

0

(ଦିଲ୍ଲୀ) : ଗତ ସପ୍ତାହରେ ୟୁରୋପୀୟ ଦେଶ ଗ୍ରୀସ୍ରେ ତିନି ଦଶକର ସବୁ ରେକର୍ଡ ଭାଙ୍ଗି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସେଠାର ଲୋକ ଭୀଷଣ ଗରମର ସମ୍ମୁଖୀନ ହୋଇଛନ୍ତି। ଏହି କାରଣରୁ ଉଚ୍ଚ ତାପମାତ୍ରା ଓ ସୁଖିଲା ଗରମର ମୁଖ୍ୟ କାରଣ ହେଉଛି ସେଠାର ଜଙ୍ଗଲରେ ନିଆଁ ଲାଗିବା। ଗ୍ରୀସ୍ର ଏଭିୟା ଦ୍ବୀପ ଗତ କିଛି ସପ୍ତାହ ହେବ ଜଳୁଛି। ୩ ଅଗଷ୍ଟରେ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୧୪୧ଟି ଗାଁରେ ଏହା ବ୍ୟାପୀ ଯାଇଥିଲା।

ସୂଚନାନୁଯାୟୀ , ଦେଶର ଚାରିଆଡେ ଓ ଜଙ୍ଗଲର ୫୮୬ଟି ସ୍ଥାନରେ ନିଆଁ ଲାଗିଯାଇଛି। ପ୍ରଧାନମନ୍ତ୍ରୀ କ୍ୟାରିକୋସ୍ ମିଟସୋଟାକିସ୍ ସୋମବାର ଏକ ଟେଲିଭିଜନକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଗ୍ରୀସ୍ରେ ପ୍ରାକୃତିକ ବିପଦ ଭୟଙ୍କର ରୂପ ନେଇଛି।ଗ୍ରୀସ୍ ଏବେ ସବୁଠାରୁ ଖରାପ ହିଟ୍ଓ୍ବେଭର ସମ୍ମୁଖୀନ ହୋଇଛି। ୧୦% ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି। ସାରାଦେଶର ଅଗ୍ନିଶମକର୍ମଚାରୀ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାକୁ କଠିନ ପରିଶ୍ରମ କରୁଛନ୍ତି। ଗତ ସପ୍ତାହରେ ଶତାଧିକ ଘର ନିଆଁରେ ପୋଡି ଯାଇଛି। ସେଥିପାଇଁ ଅନେକ ଗାଁକୁ ଖାଲି କରିଦିଆଯାଇଛି।