୩ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଜୁନ ୩ ରେ ପ୍ରକାଶ ପାଇଁ +୨ ବିଜ୍ଞାନ ପରୀକ୍ଷାଫଳ । ଦିନ ୧୨ ଟାରେ ଗୀତଗୋବିନ୍ଦ ଭବନରେ ପ୍ରକାଶ ପାଇବ ରେଜଲ୍ଟ । ୱେବସାଇଟ୍ ଜରିଆରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ । ୱେବସାଇଟ www.chseodisha.nic.in ଏବଂ http : //orissaresult.nic.in ରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ପାଇପାରିବେ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।
ଚଳିତ ବର୍ଷ ବିଜ୍ଞାନରେ ୯୯ ହଜାର ଛାତ୍ରଭାତ୍ରୀ ପରୀକ୍ଷା ଦେଇଥିଲେ । ପ୍ରଥମେ ଥିଓରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରେଜଲ୍ଟ ପ୍ରକାଶକୁ ନେଇ ପୂର୍ବରୁ ବିଳମ୍ବ ଦେଖାଦେଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ଏବେ ପ୍ରତିକ୍ଷାର ଅନ୍ତ ଘଟିଛି ।