ଭୁବନେଶ୍ୱର: ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ଫଳ । ଓଡ଼ିଶାର ସରକାରୀ ଓ ଘରୋଇ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ବି.ଫାର୍ମା, ଏମସିଏ, ଏମ୍.ଏସସି, ଏମ.ଟେକ୍, ଏମ୍. ଫାର୍ମା ଆଦିରେ ନାମଲେଖା ପାଇଁ ସ୍ୱତନ୍ତ୍ର ଓଜେଇଇ ହୋଇଥିଲା। ତେବେ ବିଟେକରେ ୮,୬୫୫ଙ୍କୁ ରାଙ୍କ କାର୍ଡ ମିଳିଥିବା ବେଳେ ଲାଟେରାଲ ଏଣ୍ଟ୍ରି ଟେକନିକାଲ ଡିପ୍ଲୋମାରେ ୪,୫୬୮ଙ୍କୁ ରାଙ୍କ କାର୍ଡ ମିଳିଛି। ସେହିପରି ବିଫାର୍ମା ୨୪୪୨ଙ୍କୁ ରାଙ୍କ କାର୍ଡ, ଏମବିଏ ୪୨୮୭ ଓ ଏମ୍ସିଏ ୧୭୪୩ଙ୍କୁ ରାଙ୍କ କାର୍ଡ ମିଳିଛି। ଜୁନ ୨୬ରୁ ୨୯ ତାରିଖ ଯାଏଁ ଦ୍ୱିତୀୟ ବା ସ୍ୱତନ୍ତ୍ର ଓଜେଇଇ ହୋଇଥିଲା।ଛାତ୍ରଛାତ୍ରୀମାନେ ରୁ ସେମାନଙ୍କ ଆପ୍ଲିକେସନ୍ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଜାଣିପାରିବେ । ୪୭ଟି କେନ୍ଦ୍ରରେ ସିବିଟି ମୋଡ୍ ରେ ଚାରିଟି ସିଫ୍ଟରେ ହୋଇଥିଲା ସ୍ୱତନ୍ତ୍ର ଓଜେଇଇ । ଓଜେଇଇରେ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ojee.nic.in/odishajee.com