ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

0

ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆନନ୍ଦ ବଜାରରେ ବିଶୃଙ୍ଖଳାକୁ ରୋକିବା ପାଇଁ ଏହି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆନନ୍ଦ ବଜାରରେ ସଂସ୍କାର ଆଣିବା ଲାଗି ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା  । ୨ଟି ସିଫ୍ଟରେ ଆନନ୍ଦବଜାର ଜଗିବେ ସେନା କର୍ମଚାରୀ । ପ୍ରଥମ ସିଫ୍ଟରେ ୧୦ ଜଣ ସକାଳ ୬ଟାରୁ ୨ଟା ଓ ଦ୍ବିତୀୟ ସିଫ୍ଟରେ ଆଉ ୧୦ ଜଣ ରାତି ୧୦ଟା ପର୍ଯ୍ୟନ୍ତ ଜଗିବେ । ଆନନ୍ଦବଜାରରେ ବାସି ଅଭଡା ଏବଂ ଏଣେ ତେଣେ ବସି ମହାପ୍ରସାଦ ବିକ୍ରି କରିବା ଏବଂ ମହାପ୍ରସାଦ ବ୍ୟତୀତ ଅନ୍ୟ ପ୍ରସାଦ ବିକ୍ରି ଉପରେ ନଜର ରଖିବେ ଅବସର ପ୍ରାପ୍ତ ସେନା କର୍ମଚାରୀ  l  ଏମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍ କୋଡ ମଧ୍ୟ ଲାଗୁ କରାଯାଇଛି  ।