ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ଵହଳଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ଅନ୍ତର୍ଗତ ଭୁରୁଷା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ମହାନ୍ତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବହଳଦା ବ୍ଲକ ଗମ୍ଭାରୀଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗମ୍ଭାରୀଆ ଆଞ୍ଚଳିକ ସାଧନାକେନ୍ଦ୍ରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବ୍ରହ୍ମଣ ବୋଷ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବ ନନ୍ଦନ ମହାନ୍ତ ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ଭାବରେ ଗମ୍ଭାରୀଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେଶ୍ୱର ବେହେରା, ସମ୍ମାନୀୟ ଅତିଥି ଭାବରେ ଏବିଇଓ ସୁଜାତା କର ମହାପାତ୍ର ତଥା ଆଶିଷ କୁମାର ମହାନ୍ତି ସିଆରସିସି ଗମ୍ଭାରୀଆ, ଶିକ୍ଷକ ଚୁଡାମଣି ବେହେରା, ବିଶ୍ୱଜିତ ମିଶ୍ର, ସମାଜସେବୀ ତରଣୀସେନ ମହାନ୍ତ ଓ ଉଦିତ କୁମାର ମହାନ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଶିକ୍ଷକତା ଜୀବନରେ କିପରି ଛାତ୍ରଛାତ୍ରୀଙ୍କ ସହିତ ନିଜର ସହକର୍ମୀଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ସେ ବିଷୟରେ ନିଜର ଅନୁଭୂତି ପ୍ରକାଶ କରିବା ସହିତ ଆଗାମୀ ଜୀବନ କିପରି ସୁଖ ଶାନ୍ତିରେ କଟିବ ସେ ନେଇ ଶୁଭେଛା ଜଣାଇଥିଲେ। ଏହି ଅଵସରରେ ତାଙ୍କୁ ଫୁଲତୋଡା, ଉତ୍ତରୀୟ ସହିତ ଉପହାର ମାନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରେମାନଦ ମହାନ୍ତ ୧୯୯୦ମସିହାରେ ବହଳଦା ବ୍ଲକ କାଙ୍କି ପ୍ରାଥମିକ ବିଦ୍ୟାଳୟରେ ନିଜର ଶିକ୍ଷକତା ଆରମ୍ଭ କରି ପରେ ପରେ ଗମ୍ଭାରୀଆ, ପାଣ୍ଡରଶିଳା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହିତ ଅଉଁଳାଯୋଡି ଆଞ୍ଚଳିକ ସାଧନା କେନ୍ଦ୍ର ର ସିଆରସିସି ତଥା ଯଦୁନାଥ ପୁର, କୁମ୍ଭୀରଦାରେ ମଧ୍ୟ ଶିକ୍ଷାଦାନ କରି ଛାତ୍ରଛାତ୍ରୀ ଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ। ଏହି ଅବସର ରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶୁଣ୍ଢଲ ଗ୍ରାମର ଡ୍ରାମା ଗାଳି ନୃତ୍ୟକୁ ଉପସ୍ଥିତ ଅତିଥିମାନେ ଉପଭୋଗ କରିଥିଲେ।