ଆୟରବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ରାଜସ୍ବ ଅଧିକାରୀ ସଂଗ୍ରାମ କେଶରୀ ଜେନା

0

ଭୁବନେଶ୍ୱର : ଆୟରବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ଗଂଜମା ଜିଲ୍ଲା ବୁଗୁଡ଼ାର ପୁର୍ବତନ ତହସିଲଦାର ତଥା ରାଜସ୍ବ ଅଧିକାରୀ ସଂଗ୍ରାମ କେଶରୀ ଜେନା ସଂଗ୍ରାମ କେଶରୀ ଜେନା | ଦୁଇଦିନ ରେଡ ପରେ ସଂଗ୍ରାମଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ |

ଚଢ଼ାଉ ବେଳେ ଆୟଠାରୁ 197ପ୍ରତିଶତ ସମ୍ପତ୍ତି ଅଧିକ ଠାବ ହୋଇଥିବା କହିଛନ୍ତି ଭିଜିଲାନ୍ସ ଏସପି | ଅଧିକ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡ ରେ ଆଣି ଜେରା କରିବାକୁ ଲକ୍ଷ ରଖିଛି ଭିଜିଲାନ୍ସ ବିଭାଗ | ଗତକାଲି 3 ଜଣ ଡ଼ିଏସପିଙ୍କ ନେତୃତ୍ୱରେ ଏକ କାଳୀନ 4 ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ | ଚଢ଼ାଉ ବେଳେ 1 କୋଟି 36ଲକ୍ଷ ଟଙ୍କାର ଘର, 6ଟି ପ୍ଲଟ, ଗୋଟିଏ ବେନାମୀ ପ୍ଲଟ ଓ 3ଟି କାର ଠାଵ ହୋଇଛି |