ମାଓ ମୁକାବିଲା ନେଇ ଦିଲ୍ଲୀରେ ସମୀକ୍ଷା ବୈଠକ

0

ନୂଆଦିଲ୍ଲୀ: ମାଓ ମୁକାବିଲା ନେଇ ଦିଲ୍ଲୀରେ ସମୀକ୍ଷା ବୈଠକ । ଆଜି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଏହି ମିଟିଂ । ଏହò ବୈଠକରେ ଯୋଗ ଦେଇଛନ୍ତି ଓଡ଼ିଶା ସମେତ ୮ନକ୍ସଲ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ ଡିଜି ୱାଇ.ବି ଖୁରାନିଆ ଯୋଗ ଦେଇଛନ୍ତି।
ଏହି ବୈଠକରେ ମାଓ ପ୍ରଭାବିତ ରାଜ୍ୟ ଗୁଡିକୁ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ଜଣ କେନ୍ଦ୍ରମନ୍ତ୍ରୀ ଓ ଅତିରିକ୍ତ ଜାତୀୟ ପରାମର୍ଶ ସୁରକ୍ଷାଦାତାଙ୍କ ସହିତ କେନ୍ଦ୍ରୀୟ ସଶସ୍ତ୍ରବଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀଙ୍କ ମୂଳପୋଛ ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ଏହାକୁ ଅଗ୍ରଗତି କରିବା ପାଇଁ eଣନୀତି ପ୍ରସ୍ତୁତ କରିଛନ୍ତି।