ସମ୍ପତ୍ତି ନେବା ପରେ ବାପା ମାଆଙ୍କୁ ଅଣଦେଖା କଲେ ସମ୍ପତ୍ତି ଫେରସ୍ତ..

0

ବୃଦ୍ଧ ବାପା ମାଆଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ଏଣିକି ସମ୍ପତ୍ତି ନେବା ପରେ ବାପା ମାଅଙ୍କୁ ପର କରିପାରିବେନି ସନ୍ତାନ । ଯେଉଁ ସନ୍ତାନ ସମ୍ପତ୍ତି ନେବା ପରେ ବାପା ମାଅଙ୍କୁ ପର ବା ଅଣଦେଖା କରୁଛନ୍ତି । ସେମାନଙ୍କ ଠାରୁ ସମ୍ପତ୍ତି ରିଟର୍ଣ୍ଣ ହେବ । ସମ୍ପତ୍ତି ତ ମିଳିବନି ବରଂ ସେମାନେ କାଠଗଡା ପର୍ଯ୍ୟନ୍ତ ଟଣା ହେବେ । କାରଣ ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ସମ୍ପତ୍ତି ପାଇଁ ପିଲାମାନେ ବାପା ମାଆଙ୍କୁ ପାଖରେ ରଖିଥାନ୍ତି ଆଉ ସମ୍ପତ୍ତି ହାସଲ କଲା ପରେ ବାପା ମାଆଙ୍କୁ ଘରୁ ତଡି ଦିଅନ୍ତି ବା ନିର୍ଯ୍ୟାତନା ଦିଅନ୍ତି। ତେଣୁ ସେମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି ।

ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ପିଲାମାନେ ସେମାନଙ୍କର ପିତାମାତାଙ୍କର ଯତ୍ନ ନେବାରେ ବିଫଳ ହୁଅନ୍ତି, ତେବେ ପିତାମାତାଙ୍କ ଦେଇଥିବା ସମ୍ପତ୍ତି ଏବଂ ଉପହାରଗୁଡ଼ିକ ବରିଷ୍ଠ ନାଗରିକ ଅଧିନିୟମର ନିୟମାବଳୀ ଅଧୀନରେ ରହିପାରିବ । ଏହି ନିଷ୍ପତ୍ତି ପରେ ପିଲାମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କର ଯତ୍ନ ନେବେ ଏବଂ ସେମାନଙ୍କ ସହିତ ଭଲ ଆଚରଣ କରିବେ ବୋଲି ଆଶା ଅଛି ।

ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି ଯାହା ବରିଷ୍ଠ ନାଗରିକଙ୍କ ସ୍ୱାର୍ଥ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ସାଧାରଣତ ,, ଦେଖାଯାଏ ଯେ ସମ୍ପତ୍ତି ଏବଂ ଉପହାର ପାଇବା ପରେ ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କ ଦ୍ୱାରା ଅବହେଳିତ ହୁଅନ୍ତି । ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ‘ଯଦି ପିଲାମାନେ ପିତାମାତାଙ୍କ ଯତ୍ନ ନେବାରେ ବିଫଳ ହୁଅନ୍ତି, ତେବେ ବରିଷ୍ଠ ନାଗରିକ ଅଧିନିୟମ ଅଧୀନରେ ପିତାମାତାଙ୍କ ଦ୍ୱାରା ଦିଆଯାଇଥିବା ସମ୍ପତ୍ତି ଏବଂ ଉପହାର ବାତିଲ ହୋଇପାରିବ।

ବୃଦ୍ଧଙ୍କ ଅବସ୍ଥା ସୁଧାରିବାକୁ ପ୍ରୟାସର ଏକ ଅଂଶ ଭାବରେ ସୁପ୍ରିମକୋର୍ଟ ଏହି ବଡ ନିଷ୍ପତ୍ତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ପିତାମାତାଙ୍କ ସମ୍ପତ୍ତି ଏବଂ ପିଲାମାନଙ୍କୁ ଅନ୍ୟାନ୍ୟ ଉପହାର ଦେବା ପରେ ଏଥିରେ ଏକ ସର୍ତ୍ତ ଅନ୍ତର୍ଭୂକ୍ତ କରାଯିବ। ସର୍ତ୍ତ ଅନୁଯାୟୀ ପିଲାମାନଙ୍କୁ ପିତାମାତାଙ୍କ ଯତ୍ନ ନେବାକୁ ପଡ଼ିବ। ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ପଡିବ । ଯଦି ପିଲାମାନେ ଏହି ସର୍ତ୍ତଗୁଡିକ ପାଳନ କରନ୍ତି ନାହିଁ ଏବଂ ପିତାମାତାଙ୍କୁ ଏକାକୀ ଛାଡିଦିଅନ୍ତି, ତେବେ ସମସ୍ତ ସମ୍ପତ୍ତି ଏବଂ ଅନ୍ୟାନ୍ୟ ଉପହାର ସେମାନଙ୍କଠାରୁ ଫେରାଇ ନିଆଯିବ । ସମ୍ପତ୍ତି ସ୍ଥାନାନ୍ତର ଶୂନ୍ୟ ଘୋଷିତ ହେବ ।