ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଖିବୁଜିଲା ସିଂହୀ ରେୱା

0

ଭୁବନେଶ୍ୱର: ଚାଲିଗଲା ରେୱା । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଖିବୁଜିଲା ସିଂହୀ ରେୱା । ଗତକାଲି ତିନୋଟି ଛୁଆଙ୍କୁ ଜନ୍ମ ଦେଇ ଆଜି ତାର ଜୀବନ ଚାଲିଯାଇଛି । ମୃତ୍ୟୁ ବେଳକୁ ତାକୁ ୮ ବର୍ଷ ବୟସ ହୋଇଥିବା କୁହାଯାଉଛି ।  ଡିସେମ୍ବର ୨୦୨୦ରେ ଇନ୍ଦୋରର କମଳା ନେହେରୁ ପ୍ରାଣୀ ସଂଗ୍ରାହଳୟରୁ ନନ୍ଦନକାନନ କୁ ଅଣାଯାଇଥିଲା ।  ଚଳିତ ମାସ ଜାନୁଆରୀ ୨୫ରେ ୩ଟି ଛୁଆ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ଗୋଟିଏ ଛୁଆର ମୃତ୍ୟୁ ହୋଇଥିଲା ।   ଅନ୍ୟଦୁଇ ଛୁଆକୁ ରେୱା ଗ୍ରହଣ ନକରିବାରୁ ହ୍ୟାଣ୍ଡ ରିଅରିଂ ସେଣ୍ଟରର ନବଜାତକ ଆଇସିୟୁରେ ରଖାଯାଇଛି।  ନନ୍ଦନକାନନରେ ସିଂହୀ ମୋଟ ୮ଟି ଛୁଆ ଜନ୍ମ ଦେଇଥିଲା ।  ସେଥିମଧ୍ୟରୁ ୬ଟି ଛୁଆ ବଞ୍ଚିଥିବାର ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ ।  ରେୱାର ମୃତ୍ୟୁ ପରେ ନନ୍ଦନକାନନରେ ୨୩ଟି ସିଂହ ରହିଛନ୍ତି ।