ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆରଆଇ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଆରଆଇ ସତ୍ୟନାରାୟଣ କାଉଡି । ତେବେ ଜମିପଟ୍ଟା କରିବା ପାଇଁ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳଳର ଆରଆଇ ସତ୍ୟନାରାୟଣ କାଉଡ଼ି । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଟ୍ରାପ ପରେ ତାଙ୍କର ଆୟ ବହିର୍ଭୂତ ସଂପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ସତ୍ୟନାରାୟଣଙ୍କର ତିନୋଟି ସ୍ଥାନରେ ରେଡ କରାଯାଇଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗୋଛରା ସରକାରୀ କାର୍ୟ୍ୟାଳୟ ସହ ମହୁଲଡିହି ଭଡା ଘରେ ସମ୍ବଲପୁର ଭିଜିଲାନ୍ସ ଦ୍ଵାରା ରେଡ୍ ଚାଲିଥିଲା। କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ରେଡ୍ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।