ବନାନ୍ତୁ ରାଇସ ଟିକ୍କା

0

(ପ୍ରିୟଦର୍ଶନୀ ସ୍ୱାଇଁ): ପ୍ରତିଦିନ ରୋଷେଇ ଘରେ ଭାତ ବଳିପଡ଼ୁଛି । ଯାହାକୁ ନେଇ ଚିନ୍ତିତ ହେଉଛନ୍ତି ଗୃହଣୀମାନେ । ତେବେ ବଳକା ଥିବା ଭାତକୁ ନଫୋପାଡ଼ି ଏଥିରେ ପ୍ରସ୍ତୁତ କରନ୍ତୁ ରାଇସ ଟିକ୍କା । ଯାହା ଛୋଟ ଛୁଆଙ୍କୁ ପସନ୍ଦ ଆସିବ । ଏହା ଖାଇବାକୁ ଟେଷ୍ଟି ସହ ସ୍ୱାସ୍ଥ୍ୟକର ମଧ୍ୟ ।

ଆବଶ୍ୟକୀୟ ସାମଗ୍ରୀ: ଭାତ : ୨୦୦ଗ୍ରାମ, ସିଝା ହୋଇଥିବା ଆଳୁ ୧୦୦ଗ୍ରାମ, ଅଦା- ୧୦ଗ୍ରାମ, ଦୁଇଟି କଞ୍ଚା ଲଙ୍କା, ଧନିଆ-୧୦ଗ୍ରାମ, ସ୍ବାଦ ଅନୁସାରେ ଲୁଣ, ୨ଗ୍ରାମ ଗରମ ମସଲା, କିସମିସ-୧୫ଗ୍ରାମ, ଆରାରୁଟ ପାଉଡର-୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ : ଦୁଇଟି ଆଳୁ ସିଝାଇବେ। ସେଥିରେ ଅଦା, ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଗ୍ୟାସରେ ଏକ କଢ଼େଇ ବସାଇ ସେଥିରେ ଗୋଟିଏ ଚାମଚ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ କଟା ହୋଇଥିବା ଅଦା, ସିଝା ଆଳୁକୁ ପକାଇ ଭଲ ଭାବେ ଭାଜି ନିଅନ୍ତୁ। ଏହା ଭଲଭାବେ ଭାଜି ହେବା ପରେ ଗ୍ୟାସ ବନ୍ଦ କରି ଏକ ପାତ୍ରରେ ବାହାର କରିନିଅନ୍ତୁ। ଏହାପରେ ରଖା ହୋଇଥିବା ଭାତରେ ଆରାରୁଟ ପାଉଡ଼ର, ଲଙ୍କା, ଧନିଆ ପତ୍ର, ଲୁଣ, ଗରମ ମସଲା ଓ କିସମିସ ଓ ଆଳୁ ମିଶ୍ରଣକୁ ପକାଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ ଏକ କଢ଼େଇରେ ତେଲ ଗରମ କରି ସେଥିରେ ମିଶ୍ରଣକୁ କଟଲେଟ ଆକାରର କରି ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ରାଇସ କଟଲେଟ। ଏହାକୁ ଆପଣ ଏକ ପାତ୍ରରେ ବାହାର କରି ଗାରନିସ କରି ଚିଲ୍ଲୀ ସସ୍ କିମ୍ବା ଟମାଟୋ ସସ୍ ସହ ଖାଇ ପାରିବେ ।