ଜୌନପୁରର ମଛଲିଶହର ଲୋକସଭା ଆସନରୁ ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ଆଜି ଲକ୍ଷ୍ନୌରେ ଅନୁଷ୍ଠିତ ହେବ। ସେ ଭାରତୀୟ କ୍ରିକେଟ ଦଳର ଉଦୀୟମାନ ଷ୍ଟାର କ୍ରିକେଟର ରିଙ୍କୁ ସିଂହଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିର୍ବଦ୍ଧ ପରେ ୧୮ ନଭେମ୍ବର ୨୦୨୫ ରେ ବାରାଣସୀର ହୋଟେଲ ତାଜରେ ଉଭଅ ବିବାହ କରିବେ । ଏଥିରେ କ୍ରିକେଟ ତାରକା, ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ ଶିଳ୍ପପତିମାନେ ଯୋଗଦେବାକୁ ଯାଉଛନ୍ତି । ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ଆଲିଗଡ଼ର ରିଙ୍କୁ ସିଂହ ସାଂସଦ ପ୍ରିୟାଙ୍କୁ ବିବାହ କରିବାକୁ ଯାଉଛନ୍ତି ।
ଏହି ସମ୍ପର୍କ ଉଭୟଙ୍କ ପରିବାରର ସମ୍ମତିକ୍ରମେ ସ୍ଥିର ହୋଇଛି । ଉଭୟ ପରସ୍ପରକୁ ବୁଝିବା ପାଇଁ ସମୟ ଦେଇଛନ୍ତି ଏବଂ ଏବେ ଏକ ନୂତନ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଛନ୍ତି । ସାଂସଦ ହେବା ସହ ପ୍ରିୟା ସରୋଜ ମଧ୍ୟ ପେଶାରେ ଜଣେ ଓକିଲ । ପ୍ରିୟା ଏବଂ ରିଙ୍କୁ ପରସ୍ପରକୁ ପୂର୍ବରୁ ଜାଣନ୍ତି।
ଟୁଫାନି ସରୋଜ କହିଥିଲେ ଯେ ପ୍ରିୟାଙ୍କ ବନ୍ଧୁଙ୍କ ବାପା ଜଣେ କ୍ରିକେଟର। ତାଙ୍କ ମାଧ୍ୟମରେ ହିଁ ରିଙ୍କୁ ଏବଂ ପ୍ରିୟାଙ୍କ ପରିଚୟ ହୋଇଥିଲା। ଉଭୟ ପରସ୍ପରକୁ ପୂର୍ବରୁ ଜାଣିଥିଲେ। ଉଭୟ କହିଥିଲେ ଯେ ସେମାନେ ସେମାନଙ୍କ ପରିବାରର ସମ୍ମତିରେ ବିବାହ କରିବେ । ପରିବାର ସଦସ୍ୟଙ୍କ ମଧ୍ୟରେ ଏକ ସୌଜନ୍ୟପୂର୍ଣ୍ଣ କଥାବାର୍ତ୍ତା ମଧ୍ୟ ହୋଇଥିଲା।