ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଝିଅ କଲେ ବୋଲ୍ଡ ଫଟୋସୁଟ୍
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଝିଅ ପବ୍ଲିକ ଇଭେଣ୍ଟରେ ଖୁବ୍ କମ୍ ଦେଖିବାକୁ ମିଳନ୍ତି। କିନ୍ତୁ ନିକଟରେ ଦେଖିବାକୁ ମିଳିଛି ତାଙ୍କର ଏକ ବୋଲ୍ଡ ଫଟୋସୁଟ୍।
(ଦିଲ୍ଲୀ) : ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଝିଅ ପବ୍ଲିକ ଇଭେଣ୍ଟରେ ଖୁବ୍ କମ୍ ଦେଖିବାକୁ ମିଳନ୍ତି। କିନ୍ତୁ ନିକଟରେ ଦେଖିବାକୁ ମିଳିଛି ତାଙ୍କର ଏକ ବୋଲ୍ଡ ଫଟୋସୁଟ୍। ୨୮ ବର୍ଷର ଲାରା ଜନସନ୍ ହ୍ବିଲର ଏହି ଫଟୋସୁଟ୍କୁ ନେଇ କହିଛନ୍ତି, ପ୍ରସିଦ୍ଧ ରିଏଲିଟି ଟିଭି ଷ୍ଟାର କିମ୍ କରଦର୍ଶିଆନ୍ଙ୍କଠାରୁ ଖୁବ୍ ପ୍ରେରଣା ମିଳିଛି।
ସୂଚନାନୁଯାୟୀ , ଜନସନ୍ ହ୍ବିଲର ଦୁଇ ପ୍ରକାର ଅଣ୍ଡର ଗାର୍ମେଣ୍ଟ ପାଇଁ ଫଟୋ ସୁଟ୍ କରିଛନ୍ତି। ତାଙ୍କର ଏହି ଫଟୋସୁଟ୍ ଟେଟଲର ମାଗାଜିନ୍ ପାଇଁ ରହିଛି। ଏହି ମାଗାଜିନ୍ର ଇନଷ୍ଟାଗ୍ରାମ୍ରେ ଲାରା ଜନସନ୍ ହ୍ବିଲରର ଫଟୋ ପୋଷ୍ଟ କରିଥିଲେ। ୨୮ ବର୍ଷୀୟ ଲାରା ଏହି ଫଟୋରେ ବ୍ଲାକ କରସେଟ୍ ଓ ମ୍ୟାଚିଂ ପେନସିଲ ସ୍କଟ ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି। ଏହାଛଡା ଦ୍ବିତୀୟ ଫଟୋରେ ସେ ଲଙ୍ଗ ପଫ୍ ସ୍ଲିଭସ୍ ଓ ମିଡି ଡ୍ରେସ୍ ପିନ୍ଧିଛନ୍ତି। ଲାରାଙ୍କ ଏହି ଫଟୋସୁଟ୍ ବ୍ଲାକ ଆଣ୍ଡ ହ୍ବାଇଟ୍ କଲରରେ ରହିଛି। ଲାରା ହେଉଛନ୍ତି ବୋରିସ୍ ଜନସନଙ୍କ ଦ୍ବିତୀୟ ପତ୍ନୀ ମରିନା ହ୍ବିଲରଙ୍କ ସବୁଠାରୁ ବଡ ଝିଅ। ସେ ନିଜର ଏହି ଫଟୋ ସୁଟ୍କୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି।