ବଢୁଛି କଲ୍ୟାଣୀ, ନାଗାବଳୀ ନଦୀରେ ଜଳସ୍ତର

0

(ରାୟଗଡ଼ା / ସନ୍ତୋଷ କୁମାର ଲମ୍ବାତା ) : କଲ୍ୟାଣସିଂହପୁର ଦିନତମାମ ପ୍ରବଳ ବର୍ଷା ସାଙ୍ଗକୁ ଊପରମୁଣ୍ଡରୁ ପାଣିଆସୁଥିବାରୁ କଲ୍ୟାଣୀ, ନାଗାବଳୀ ଜଳସ୍ତର ବଢୁଛି । ନଦୀନିକଟ କେଉଟସାହିର ଲୋକମାନେ ଘରର ଆସବାବ ପତ୍ର ଧରି ସ୍ଥାନୀୟ ବିଦ୍ୟାଳୟକୁ ନେଇ ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଛନ୍ତି। ସ୍ଥାନୀୟ ବିଡିଓ ଅନୁପ ପଣ୍ଡା ବର୍ଷାକୁ ଦେଖି ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡିକଖାଲି କରି ଲୋକଙ୍କୁ ଆଶ୍ରୟ ନେବାକୁ ପରାମର୍ଶ ଦେଇଛନ୍ତି। ଦୁଇ ନଦିର ପାଣି ବଡୁଥିବାରୁ କଲ୍ୟାଣସିଂହପୁର ବାସିନ୍ଦା ଭୟଭିତରେ ରହିଛନ୍ତି । କେଊଟସାହି,ସାନବ୍ରାହ୍ମଣସାହି,ବଡବ୍ରାହ୍ମଣସାହି ର ୫୦ ପରିବାରକୁ ବିଦ୍ୟାଳୟ ଗୁଡିକୁ ସ୍ଥାନାନ୍ତର କରାଯାଇ ପ୍ରଶାସନ ପକ୍ଷରୁ ରନ୍ଦା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ବୁଡାଗୁଡା ମଖ୍ୟ ରାସ୍ତା ଉପରେ ପାଣି ଚାଲିବାରୁ କଲ୍ୟାଣସିଂହପୁର ଠାରୁ ରାୟଗଡ଼ା କୁ ବସ ଚଳାଚଳ ବନ୍ଦ ରହିଛି। ସେହିପରି କମ୍ଭାରଗୁଡା ପୋଲ ନିକଟ ରାସ୍ତ ରେ ଗର୍ତ୍ତ ସୁଷ୍ଟି ହେବା ଫଳରେ ୪ ପଞ୍ଚାୟତ କୁ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିବା ସମ୍ଭାବନା ରହିଛ। ସୁନାଖଣ୍ଡି ଗାଁ ରେ କେନାଲ ପାଣି ପଶିଯିବା ଫଳରେ ୧୦ ଟି ପରିବାର ଲୋକେ ସ୍ଲୁଲ ରେ ଆଶ୍ରୟ ନେଊଛନ୍ତି। ବିଡିଓ, ତହସିଲଦାର,ବନ୍ୟା ଅଞ୍ଚଳ କୁ ବାରମ୍ବାର ଗ୍ରସ୍ତ କରି ଲୋକଙ୍କୁ ସତର୍କ କରାଉଛନ୍ତି ଓ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରାଉଛନ୍ତି।