ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା

0

(ଯାଜପୁର / ଦୀପକ କୁମାର ) : ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା।ପ୍ରତ୍ୟେକ ଦିନ ପିଉଛି ମଣିଷ ରକ୍ତ।ପୋଛୁଛି ସାଧବା ନାରୀ ମୁଣ୍ଡରୁ ସିନ୍ଦୁର ଆଉ ହାତରୁ ସଙ୍ଖା।ପ୍ରତ୍ୟେକ ଦିନ କଳିଙ୍ଗନଗର ଠାରେ ଥିବା କଳକାରଖାନା ଓ ସୁକିନ୍ଦା ଅଞ୍ଚଳରେ ଥିବା ଖଣି ଖଦାନ ରେ କାର୍ୟ୍ୟରତ ଶତାଧିକ ଶ୍ରୀମିକ ଓ କର୍ମଚାରୀ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଏହି ୫୩ନମ୍ବର ଜାତୀୟ ରାଜପଥ ଉପରେ ନିର୍ଭର କରନ୍ତି।ଚଣ୍ଡିଖୋଲ,ଚଡ଼େଇଧର,କନ୍ତପଡା ଠାରେ ଥିବା ମହାବିଦ୍ୟାଳୟ କୁ ଯିବା ଆସିବା କରିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି।କିନ୍ତୁ ଏହି ଜାତୀୟ ରାଜପଥ ର ଅବସ୍ଥା ଏତେ ସଙ୍କଟାପନ୍ନ ଯେ ,ଯିବା ଆସିବା କରୁଥିବା ଲୋକଟି ତା ଘରୁକୁ ସ୍ୱଦେହ ରେ ଫେରିବା ର ଭରସା ରଖି ପାରିବନି।ଏହି ରାଜପଥରେ ବଡ ବଡ ଗାଡ଼ ଭରି ରହିଛି।କଳିଙ୍ଗନଗର ର କଳକାରଖାନା ଓ ସୁକିନ୍ଦା ର ଖଣି ଖଦାନରୁ ସମସ୍ତ ପରିବହନ ଏହି ରାସ୍ତା ଦେଇ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ କରାଯାଏ।ଏହି ଅଣଓସରିଆ ଓ ରୁଗୁଣ ରାସ୍ତା ଉପରେ କବାଟବନ୍ଧ ନିକଟରେ ୧.୩ କିଲୋମିଟର ବିଶିଷ୍ଟ ଏକ ବ୍ରହ୍ମଣୀ ସେତୁ ମଧ୍ୟ ରହିଛି।ଏହି ବ୍ରହ୍ମଣୀ ସେତୁ ଉପରେ ଯିବା ଆସିବା ସମୟରେ କମ୍ପନ ସୃଷ୍ଟି ହେଉଛି।ଏକ କେତେବେଳେ ବି ଭାଙ୍ଗି ଯିବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ।ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ବାରମ୍ବାର ଜିଲ୍ଲା ପ୍ରଶାସନ,ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଜାତୀୟ ରାଜପଥ ପ୍ରାଧିକାରଣ ଅଧିକାରୀ ମାନଙ୍କ ସହ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ,ଏହି ସମ୍ବେଦନଶୀଳ ରାଜପଥ କୁ ଅଣଦେଖା କରାଯାଉଛି।ପୂର୍ବରୁ ମଞ୍ଚ ଦୁଇ ଦୁଇ ଥର ଆନ୍ଦୋଳନ କରିଥିଲା।ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ, ପ୍ରତିଶୃତି ପାଣିର ଗାର ପାଲଟିଛି ।ଯାହାକି ଜିଲ୍ଲା ପ୍ରଶାସନର ଦୁର୍ବଳତା କୁ ପଦାକୁ ପକୋଉଛି।ଆଜି ସଚେତନ ନାଗରିକ ମଂଚ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଲଗାତାର ଅବହେଳା ବିରୁଦ୍ଧରେ ,ଜାତୀୟ ରାଜପଥ ଅଧିକାରୀଙ୍କ କୁଶପୁଳିକା ଦାହ କରାଯିବା ସହ ନାରବାଜି ସହ କଟୁ ଭାଷାରେ ନିନ୍ଦା କରାଯାଇଥିଲା।ମୁଖ୍ୟ ଅତିଥି ଭାବରେ ମଞ୍ଚର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡା:ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ କଡା ଭାଷାରେ ଭର୍ଚ୍ଚନା କରିବା ସହ ମଞ୍ଚ ପୁନର୍ବାର ଆଗାମୀ ଡିସେମ୍ବର ୩ ତାରିଖରେ ଦୁର୍ବାର ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଘୋଷଣା କରିଛନ୍ତି।