(ବରଗଡ / ଚିତ୍ତରଞ୍ଜନ ସାହୁ ) : ସରକାର ଚାଷୀ ମାନଙ୍କ ପାଇଁ ଓ ଚାଷ ପାଇଁ ବିଭିନ୍ନ ଯୋଜନା ମାନ କରୁ ଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ କଲଭଟ,ଚେକ ଡେମ, ଛୋଟ ଛୋଟ ବ୍ରିଜ,ରୋଡ଼ ରାସ୍ତା ବହୁ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସରକାରୀ ବାବୁ ମାନେ କର୍ଣ୍ଣ ପାତ କରୁ ନାହିଁ ନ୍ତି ।ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରେ ଚେକ୍ ଡେମ କାମ ବାରମ୍ବାର ଚାଲିଥିଲେ ମଧ୍ୟ କେତେକ ସ୍ଥାନରେ ଚେକଡେମ ଭାଙ୍ଗି ଯାଇଛି ତ କେତେକ ସ୍ଥାନରେ ପାଣି ରହୁନାହି । ଯେଉଁ ଚେକ୍ ଡେମ ଉପରେ ଚାଷୀମାନଙ୍କ ମନରେ ଆଶା ରହିଥିଲା ତାହା ମଧ୍ୟ କାମ କରୁନାହି । ଚାଷୀଙ୍କ ଜମି ପାଖରେ ଚେକ୍ ଡେମ ଟିଏ ହେଲେ ଜମିକୁ ପାଣି ଖାଇବ ହେଲେ ଚେକଡେମ ମାଟିରେ ପୋତି ହୋଇଯାଇଥିବା ବେଳେ ଚାଷଜମି ଉପରେ ମଧ୍ୟ ମାଟି ପୋତିହୋଇ କ୍ଷୟକ୍ଷତି ହୋଇଛି। ଚେକଡେମ ଚାଷୀମାନଙ୍କ ପାଇ ନୁହେଁ ଠିକାଦାରମାନଙ୍କ ପାଇଁ ବ୍ୟବସାୟ ପାଳିଟିଯାଇଛି। ମୁଖ୍ୟମନ୍ତ୍ରୀ ଯେଉଁ ଦିନଠୁ ବିଜେପୁର ନିର୍ବାଚନ ମଣ୍ଡଳୀ ରୁ ଇସ୍ତାଫା ଦେଲେଣି ଏଠି ଆଉ କେଇ କାହାରି କଥା ଶୁଣିବାର ନାଁ ନାହିଁ ବୋଲି ଗାଇସିଲେଟ ବାସି ଅଭିଯୋଗ କରିଛନ୍ତି।