ମର୍ମନ୍ତୁଦ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ପୋଲିସ କମିଶନର, କହିଲେ ତଦନ୍ତ ଚାଲୁରହିଛି

0

(ଆଦର୍ଶ ରାଉତ): ୨୦ ବର୍ଷ ପରେ ମହାନଦୀର ବାଲୁକା ଶଯ୍ୟା ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣାର ମୂକସାକ୍ଷୀ ପାଲଟିଛି। ମଇଁଷିକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ଖସି ପଡ଼ିବା ଫଳରେ ୧୦ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ୩୭ ଜଣ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଓଡ୍ରାଫ ଟିମ୍, ଅଗ୍ନିଶମ ବିଭାଗ, ସ୍ଥାନୀୟ ପୁଲିସ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଥିଲେ। ୧୦ଟି ଆମ୍ବୁଲାନ୍ସରେ ଆହତମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦୁର୍ଘଟଣା କିପରି ଘଟିଲା ତାହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।