ମର୍ମନ୍ତୁତ ସଡ଼କ ଦୁର୍ଘଟଣା,୨ମୃତ

0

(ଖଗେଶ୍ୱର ପିଙ୍ଗୁଆ)ପାଲଲହଡା: ଗତକାଲି ରାତି ପ୍ରାୟ ତିନିଟା କି ଚାରିଟା ସମୟରେ ଅନୁଗୁଳ ରୁ ପାଲଲହଡା ଅଭିମୁଖେ ଏକ ଆଇସକ୍ରିମ ପରିବହନ ପିକ ଅପ ଗାଡି (ଓଡ଼ି୧୪ଆର୩୨୧୧) ଖମାର ନିକଟସ୍ଥ ସତ୍ୟବନ୍ଧ ଟୋଲଗେଟ ସମ୍ମୁଖରେ ଏକ ଅଜଣା ଟ୍ରକ ଧକା ଦେବା ଫଳରେ ପିକଅପ ଭ୍ୟାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ଗାଡି ଚାଳକର ମୃତ୍ୟୁ ହୋଇଥିଲା । ଖବରପାଇଁ ଖମାର ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତ ଚାଳକଙ୍କ ଘର ରାଉରକେଲା ଅଂଚଳର ବୋଲି ଜଣାପଡିଛି ।
ସେହିପରି ଅନୁଗୁଳ ଜିଲ୍ଲା ପାଲଲହଡା ନିକଟସ୍ଥ ଶିଗଡ ଗାଁରେ ଅନ୍ୟ ଏକ ଦୁର୍ଘଟଣା ଘଟିଛି । ମାନସ ରଞ୍ଜନ ପ୍ରଧାନ ନାମକ ଜଣେ ଯୁବକ ସକାଳୁ ସକାଳୁ ନିଜ ଗାଁରୁ କର୍ମସ୍ଥଳୀ ଜିନ୍ଦଲ କୁ ଯାଉଥିଲେ । ଯିବା ବାଟରେ ଗହମ ସମାକୁଇ ବ୍ରିଜ଼ ଇଲେକ୍ଟ୍ରିପୋଲ ନିକଟରେ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ି ନାହିଁ । ଘଟଣା ସ୍ଥଳ ସମଲ ପୋଲିସ ପହଂଚି ତଦନ୍ତ କରିଛି । ସନ୍ଦେହ କରାଯାଉଛି କି ଇଲେକ୍ଟ୍ରିପୋଲ ରେ ବାଡେଇ ହୋଇ କିମ୍ବା ଭାରସାମ୍ୟ ହରାଇ ଗାଡି ଧକ୍କାରେ ମୃତ୍ୟୁ ହୋଇଛି ।