ବାଲିଗୁଡ଼ା : ବାଲିଗୁଡ଼ା ଅଞ୍ଚଳ କଳିଙ୍ଗା ପଞ୍ଚାୟତ ରାଇପଦା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୂଚନାନୁସାରେ ଆଜି ସକାଳେ ମାରୁତି ସ୍ୱିଫି୍ଟ ଡିଜାଇର କାର୍ରେ ପ୍ରଭାତ ପାଢ଼ାୀଙ୍କ ସହ ୨ଜଣ ବାଲିଗୁଡ଼ାରୁ ଭୁବନେଶ୍ୱର ଯାଉଥିଲେ । ହେଲେ ବାଟରେ କାରଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କାରରେ ଥିବା ପ୍ରଭାତ ପାଢ଼ୀଙ୍କର ମୃତ୍ୟୁ ହୋଇଥିବା ବେଳେ ନିର୍ ବାହାଦୁର ଗୁରତର ଭାବେ ଆହତ ହୋଇଥିଲେ । ଆହତଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।