ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଗଲା ତିନି ଜଣଙ୍କର ଜୀବନ

0

( ଜଗନ୍ନାଥ ଅଗ୍ରୱାଲ): ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ସହରର କାଲଟାସ୍କ ଛକ ନିକଟରେ ଏକ ମୋଟର ସାଇକେଲ ଆରୋହୀଙ୍କ ଉପରେ ଏକ ଟ୍ରକ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଦେବଗଡ ଜିଲ୍ଲାର ଉଦୟ କିଷାନ ବୋଲି ଜଣାପଡିଛି ।

ସେହିପରି ୫୫ନଂ ଜାତୀୟ ରାଜପଥର ଜରପଡା ଥାନ କତଡ଼ା ନିକଟରେ ଏକ ମୋଟର ସାଇକେଲ ସହ ଟ୍ରକ ଧକ୍କା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନି ।

ତାଳଚେର ଥାନା ଅନ୍ତର୍ଗତ ତାଳବଡା ଛକ ନିକଟରେ ସାଇକେଲ ଓ ମୋଟର ସାଇକେଲ ଧକ୍କାରେ ଜଣଙ୍କର ଜୀବନ ଯାଇଛି । ମୃତକ ଜଣକ ହେଲେ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ପ୍ରମୋଦ ପ୍ରଧାନ ବୋଲି ଜଣାପଡିଛି ।